ମାଲକାନଗିରି ଜିଲ୍ଲାରେ କିଶୋରମାନଙ୍କ ଟିକାକରଣ ଆରମ୍ଭ

Advertisment

ଜିଲ୍ଲାରେ ୨୧ଟି ସେଣ୍ଟର,  ଟାର୍ଗେଟ ୩୧,୦୭୧

ଜିଲ୍ଲାରେ ୨୧ଟି ସେଣ୍ଟର,  ଟାର୍ଗେଟ ୩୧,୦୭୧

ମାଲକାନଗିରି ଜିଲ୍ଲାରେ କିଶୋରମାନଙ୍କ ଟିକାକରଣ ଆରମ୍ଭ

ମାଲକାନଗିରି :  ମାଲକାନଗିରି ଜିଲ୍ଲାରେ ୧୫ରୁ ୧୮ ବର୍ଷ କିଶୋର ଓ କିଶୋରୀମାନଙ୍କୁ କୋଭିଡ ଟିକାକରଣ ଆରମ୍ଭ ହୋଇଛି। ଜିଲ୍ଲାରେ ମୋଟ ୨୧ଟି ସେଣ୍ଟର ହୋଇଥିବା ବେଳେ ପ୍ରତିଦିନ ଶହେ ଲେଖାଏଁ କିଶୋର ଓ କିଶୋରୀ ଟିକା ନେଇପାରିବେ ବୋଲି ସିଡିଏମଓ ପ୍ରଫୁଲ କୁମାର ନନ୍ଦ ପ୍ରକାଶ କରିଛନ୍ତି । ମାଲକାନଗିରି ଜିଲ୍ଲା ପାଇଁ ପ୍ରଥମ ପର୍ଯ୍ୟୟରେ ୩୧ ହଜାର ୭୧ ଟିକା ପ୍ରଦାନ ନେଇ ଟାର୍ଗେଟ ରହିଥିବା ସେ କହିଥିଲେ। ପ୍ରତିଦିନ ୨୧ଟି ସେଣ୍ଟରରେ ୨୧ ଶହ ଜଣ ଟିକା ନେଇପାରିବେ ବୋଲି କୁହାଯାଇଛି । ତେବେ ଆଗାମୀ ଦିନରେ ଏହି ଟିକା ପ୍ରଦାନ ବଢିବ ବୋଲି ମଧ୍ୟ କୁହାଯାଇଛି ।

କୋଭାକ୍ସିନ ଟିକା କିଶୋରମାନଙ୍କୁ ପ୍ରଦାନ କରାଯାଉଥିବା ଜଣାପଡିଛି।ତେବେ ଆସନ୍ତା ଏକ ମାସ ପରେ ପୁଣି ବୁଷ୍ଟର ଡୋଜ ଟିକା ନେଇଥିବା କିଶୋର ଓ କିଶୋରୀମାନେ ନେବେ ବୋଲି କୁହାଯାଇଛି । ଆଜି ସକାଳୁ ମେଡିକାଲରେ କିଶୋରମାନଙ୍କୁ ଆରମ୍ଭ ହେବାକୁ ଟିକା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଯୋଗ ଦେଇଥିବା ବେଳେ ଅତିଥି ଭାବେ ସିଡିଏମଓ ଡ.ପ୍ରଫୁଲ କୁମାର ନନ୍ଦ,ମେଡିକାଲ ଇନଚାର୍ଜ ଡ.ମହାରଣା ସମେତ ମେଡିକାଲ କର୍ମକର୍ତ୍ତା ଉପସ୍ଥିତ ଥିଲେ।ତେବେ  ସକାଳୁ ଟିକା ନେବା ପାଇଁ କିଶୋର ଓ କିଶୋରୀମାନଙ୍କର ଏକ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ମାଲକାନଗିରି ଜିଲ୍ଲାରେ ଓମିକ୍ରନର ପ୍ରଭାବ ନଥିବା ବେଳେ କିନ୍ତୁ ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe