ଟିକାକରଣ ନେଇ ହେଲା ଡ୍ରାଏରନ୍‌: ପ୍ରଥମ ଦଫାରେ ୧୮,୪୨୪ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କରୋନା ଟିକା

Advertisment

୨୫ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଦିଆଗଲା ଟିକା

୨୫ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଦିଆଗଲା ଟିକା

ଟିକାକରଣ ନେଇ ହେଲା ଡ୍ରାଏରନ୍‌: ପ୍ରଥମ ଦଫାରେ ୧୮,୪୨୪ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କରୋନା ଟିକା

ବାରିପଦା: ୨୫ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଦିଆଗଲା କରୋନା ଟୀକା। ଟିକା ଦେବା ପରେ କିଛି ପାର୍ଶ୍ବପ୍ରତିକ୍ରିୟା ହେଉଛି କି ନାହିଁ, ସୁରକ୍ଷିତ ଭାବେ କିପରି ଟୀକା ଦିଆଯିବ ଆଦି ନେଇ ସମସ୍ତ ବ୍ୟବସ୍ଥାକୁ ଅତ୍ୟନ୍ତ ସତର୍କତାର ସହିତ ନିରୀକ୍ଷଣ କରାଯାଇଥିଲା ‌। ତେବେ ଏହା ପ୍ରକୃତ ଟୀକାକରଣ ନଥିଲା। କରୋନାକୁ ମାତ୍‌ ଦେବାକୁ ଆସନ୍ତା କିଛି ଦିନ ମଧ୍ୟରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇପାରେ। ତେଣୁ ଏନେଇ ଆଜି ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିଲା କରୋନା ଟିକାକରଣର ଡ୍ରାଏରନ୍‌ ବା ମକ୍‌ଡ୍ରିଲ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ରୂପଭାନୁ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଡ୍ରାଏରନ୍‌ରେ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ୨୫ଜଣ ସ୍ବାସ୍ଥ୍ୟକର୍ମୀ ଅଂଶଗ୍ରହଣ କରିଥିଲେ। ଜିଲ୍ଲାରେ ପ୍ରଥମ ଦଫାରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୧୮ହଜାର ୪୨୪ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବା ନେଇ ରାଜ୍ୟ ସରକାରଙ୍କୁ ସୂଚୀ ପ୍ରଦାନ କରାଯାଇଛି। ଟିକାକୁ କିପରି ସଂରକ୍ଷିତ ରଖାଯିବ, ଟିକା କିପରି ଜନସାଧାରଣଙ୍କୁ ଦିଆଯିବ, ଟିକାପ୍ରଦାନ ପରେ ସେମାନଙ୍କୁ ନିରୀକ୍ଷଣ କରିବା ନିମନ୍ତେ ସ୍ୱତନ୍ତ୍ର ରୁମ୍ର ବ୍ୟବସ୍ଥା, ସାମାଜିକ ସୁରକ୍ଷା ଅନୁପାଳନ ପୂର୍ବକ ଟୀକା କରଣ କାର୍ଯ୍ୟର ପରିଚାଳନା, ବାହ୍ୟବସ୍ତୁ ପରିଚାଳନା, ଜନଜନସାଧାରଣ ଟୀକା ନେବା ପରେ ସେମାନଙ୍କ ନିକଟରେ କେଉଁ ପ୍ରକାରର ପାର୍ଶ୍ବ ପ୍ରତିକ୍ରୟା ପରିଲକ୍ଷିତ ହେଉଛି ତାହାକୁ ନିରୀକ୍ଷଣ କରାଯିବା ଆଦି ବିଭିନ୍ନ ବ୍ୟବସ୍ଥାର ସୁପରିଚାଳନାକୁ ନେଇ ଏହି ଡ୍ରାଏରନ୍ ଅନୁଷ୍ଠିତ ହୋଇଥିଲା। ଏହି ଡ୍ରାଏରନ୍‌ରୁ ଆସିଥିବା ନିର୍ଯାସ୍‌ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବା ନେଇ ସିଡିଏମଓ ଡ. ରୂପଭାନୁ ମିଶ୍ର ସୂଚନା ଦେଇଛନ୍ତି। ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନିରୀକ୍ଷଣରେ ଏହି ମକ୍‌ ଟୀକାକରଣ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe