ସୁନ୍ଦରଗଡ଼ ଜିଲ୍ଲା କାରାଗାର ଓ ଆସ୍ଥା ଗୃହରେ ଟିକାକରଣ 

Advertisment
ସୁନ୍ଦରଗଡ଼ ଜିଲ୍ଲା କାରାଗାର ଓ ଆସ୍ଥା ଗୃହରେ ଟିକାକରଣ 

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ କୋଭିଡ୍ ଟିକା ଦେବା ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ମଙ୍ଗଳବାର ଦିନ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଥିବା ୪୫ରୁ ଉର୍ଦ୍ଧ୍ବ ବର୍ଗର କଏଦୀ ଓ ଆସ୍ଥା ଗୃହରେ ରହୁଥିବା ମାନସିକ ଭିନ୍ନକ୍ଷମଙ୍କୁ ଟିକା ଦିଆଯାଇଛି। ଜିଲ୍ଲା କାରାଗାରରେ ଥିବା ୪୩୯ ଜଣ କଏଦୀଙ୍କ ଭିତରୁ ୮୬ ଜଣ କଏଦୀ ଟିକା ନେଇଛନ୍ତି। ଅନ୍ୟ କଏଦୀମାନଙ୍କୁ ପର୍ଯ୍ୟାୟକ୍ରମେ ଟିକା ଦିଆଯିବ। ଜେଲରେ କାର୍ଯ୍ୟରତ କର୍ମଚାରୀମାନେ ପୂର୍ବରୁ ଟିକା ନେଇଛନ୍ତି। ଜେଲକୁ କୋଭିଡ୍ ସଂକ୍ରମଣରୁ ଦୂରେଇ ରଖିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ସେହିପରି ମାନସିକ ଭିନ୍ନକ୍ଷମମାନଙ୍କୁ ଆଶ୍ରୟ ଦେଇ ସେମାନଙ୍କୁ ଚିକିତ୍ସା ପ୍ରଦାନ କରିବା ଲାଗି ସୁନ୍ଦରଗଡ଼ରେ ଥିବା ଆସ୍ଥା ଗୃହର ୧୦୫ ଜଣ ଅନ୍ତେବାସୀ ଓ ୮ ଜଣ କର୍ମଚାରୀଙ୍କୁ ମଧ୍ୟ ଆଜି ଟିକା ଦିଆଯାଇଛି। ଜିଲ୍ଲା କାରାଗାର ଓ ଆସ୍ଥା ଗୃହରେ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଉପସ୍ଥିତ ରହି ଅନୁଧ୍ୟାନ କରିଥିଲେ। ଏହି ସ୍ୱତନ୍ତ୍ର ଟିକାଦାନ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏପିଏମ ସତ୍ୟବ୍ରତ ପାଣିଗ୍ରାହୀ ଓ ଆଇସିଏ ସଂଯୁକ୍ତା ମହାନ୍ତି ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe