ଭଞ୍ଜନଗରରେ ୧୮ରୁ ୪୪ ବର୍ଗଙ୍କ ପାଇଁ ଆରମ୍ଭ ହେବ ଟିକାକରଣ

Advertisment
ଭଞ୍ଜନଗରରେ ୧୮ରୁ ୪୪ ବର୍ଗଙ୍କ ପାଇଁ ଆରମ୍ଭ ହେବ ଟିକାକରଣ

Sambad

ଭଞ୍ଜନଗର: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟିକା ସୁରକ୍ଷା କବଚ ହୋଇଛି। ତୃଣମୂଳ ସ୍ତରରୁ ଟିକାକରଣକୁ ବ୍ୟପକ କରିବା ପାଇଁ ସରକାର ସୁରକ୍ଷା ନେଇଥିବା ବେଳେ କରୋନାର ଦ୍ବିତୀୟ ଲହର ପ୍ରଭାବ ହ୍ରାସ ପାଇଥିବାରୁ ଟିକାକରଣ ନେଇ ଲୋକଙ୍କ ଉତ୍ସାହ ମଧ୍ୟ କମିବାରେ ଲାଗିଛି। ବିଶେଷ କରି ଯୁବବର୍ଗ ଟିକା ନେବା ପାଇଁ ଅପେକ୍ଷା କରିଥିବା ବେଳେ ୧୮ରୁ ୪୪ ବର୍ଗଙ୍କ ଟିକାକରଣ ବହୁତ ବିଳମ୍ବ ହୋଇଥିଲା। ଆସନ୍ତାକାଲି ଠାରୁ ବିଭିନ୍ନ ଟିକାକରଣ କେନ୍ଦ୍ରରେ ଏହି ବର୍ଗ ପାଇଁ ଟିକାକରଣ ଆରମ୍ଭ ହେବ ବୋଲି ଜଣାପଡିଛି। ଏଥିସହ ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଟିକାକରଣ ସହ ଦ୍ବିତୀୟ ଡୋଜ୍ ନେବାକୁ ଥିବା ବ୍ୟକ୍ତିଙ୍କ ଟିକାକରଣ ମଧ୍ୟ ଜାରି ରହିବ ବୋଲି ଜଣାପଡିଛି।

ଦ୍ବିତୀୟ ଡୋଜ୍ ଟିକା ନେବା ପାଇଁ ରହିଥିବା ବ୍ୟକ୍ତି ମାନେ ୮୪ ଦିନରେ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ଟିକାକରଣ କରାଯିବ ବୋଲି ମେଡିକାଲ୍ ପକ୍ଷରୁ ସୂଚନା ମିଳିଛି। ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ବର୍ତ୍ତମାନ ୨୦୦ ଟିକା ମହଜୁଦ୍ ରହିଥିବା ବେଳେ ୪୫ ବର୍ଷରୁ ଉର୍ଦ୍ଧ ଏବଂ ଦ୍ବିତୀୟ ଡୋଜ୍ ନେବାକୁ ଥିବା ୧୦୦ ଜଣ ବ୍ୟକ୍ତି ପଞ୍ଜିକରଣ କରିଛନ୍ତି। ବଳକା ୧୦୦ ଡୋଜ୍ ଟିକା ସହ ଆଉ ଅଧିକା ୫୦୦ ଟିକା ଅଣାଯାଉଛି। ଆସନ୍ତାକାଲି ମେଡିକାଲ୍ ପରିସରରେ ୧୮-୪୪ ବର୍ଗଙ୍କୁ ଟିକାକରଣ କରାଯିବ। ଏହି ବର୍ଗର ଟିକାକରଣ ଆରମ୍ଭ ହେଲେ ଗହଳି ହେବାର ସମ୍ଭାବନା ରହିଛି। ଗହଳିକୁ ଏଡାଇବା  ପାଇଁ ଆଗାମୀ ଦିନରେ ଏନ୍ଏସିର ୩ ଟି ସ୍ଥାନରେ ଟିକାକରଣ କରାଯିବା ନେଇ ନିଷ୍ପତି ଗ୍ରହଣ କରାଯାଇଛି।

ସେହିପରି ବ୍ଳକ୍ରେ ଗାଲେରୀ ଗୋଷ୍ଠୀ ସ୍ବାସ୍ଥ କେନ୍ଦ୍ର ସମେତ ମୁଜାଗଡ଼, କୁଲାଡ଼ ଏବଂ ବାହାଡ଼ାପଦର ପ୍ରାଥମିକ ସ୍ବାସ୍ଥ କେନ୍ଦ୍ରରେ ମଧ୍ୟ ଟିକାକରଣ ପାଇଁ ପ୍ରସ୍ତୁତି କରାଯାଇଛି। କିଛି ପଞ୍ଚାୟତ ସ୍ତରରେ ଟିକାକରଣ ଚାଲିଥିବା ବେଳେ ଆସନ୍ତାକାଲି ଠାରୁ ଏହି ୪ ଟି ସ୍ଥାନରେ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଗାଲେରୀ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରର ପରିଚାଳକ ଲମ୍ବୋଦର ରଥ ସୂଚନା ଦେଇଛନ୍ତି। ବ୍ଳକ୍ରେ ୫୦୦ ଟିକା ମହଜୁଦ୍ ରହିଥିବା ବେଳେ ଆଉ ୫୦୦ ଟିକା ଆଜି ରାତିରେ ପହଞ୍ଚିବ। ଆସନ୍ତାକାଲି ୧୦୦୦ ଜଣଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସକାଳ ୮ ଟା ପରେ ସ୍ଲଟ୍ ବୁକ୍ କରି ଟିକା ନେବା ସହ ଟିକାକେନ୍ଦ୍ରରେ ପହଞ୍ଚି ପଞ୍ଜିକରଣ କରିପାରିବେ ବୋଲି ମେଡିକାଲ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe