ଟିକା ଆସିଥିଲା ୩୮୦, ଲୋକ ୧ ହଜାର; ପୁଲିସ୍ ପହଞ୍ଚିବା ପରେ ବିଳମ୍ବରେ ଆରମ୍ଭ ହେଲା ଟିକାକରଣ 

Advertisment
ଟିକା ଆସିଥିଲା ୩୮୦, ଲୋକ ୧ ହଜାର; ପୁଲିସ୍ ପହଞ୍ଚିବା ପରେ ବିଳମ୍ବରେ ଆରମ୍ଭ ହେଲା ଟିକାକରଣ 

Sambad

ଭଞ୍ଜନଗର: କରୋନା ମହାମାରୀରୁ ସୁରକ୍ଷା ପାଇଁ ସରକାର ଟିକାକରଣକୁ ଗୁରୁତ୍ବ ଦେଉଥିବା ବେ୍ଳେ ତୃତୀୟ ଲହରରୁ ରକ୍ଷା ପାଇବା ମଧ୍ୟ ବ୍ୟପକ ସଚେତନ କରୁଛନ୍ତି। କିନ୍ତୁ ବିଭିନ୍ନ ଟିକାକରଣ କେନ୍ଦ୍ର ଗୁଡ଼ିକରେ ହେଉଥିବା ଅସମ୍ଭାଳ ପରିସ୍ଥିତି ତୃତୀୟ ଲହରକୁ ନିମନ୍ତ୍ରଣ କଲା ଭଳି ମନେ ହେଉଛି। ପ୍ରତିଦିନ ନିର୍ଦ୍ଧଷ୍ଟ ସଂଖ୍ୟାର ଲୋକ ମାନଙ୍କୁ ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ ଦ୍ବାରା ଟିକା କରଣ କରାଯାଉଛି। କିନ୍ତୁ ଧାର୍ଯ୍ୟ ସଂଖ୍ୟା ଠାରୁ ଢେର ଗୁଣା ଅଧିକା ଲୋକ ମା‌ନେ ଟିକାକରଣ କେନ୍ଦ୍ର ଆଗରେ ଜମା ହେଉଥିବା ଦେଖିବାକୁ ମିଳୁଛି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାହାଡାପଦର ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ର ଆଜି ନାହିଁ ନଥିବା ଭିଡ଼ି ପରିଲିକ୍ଷିତ ହୋଇଛି। ୩୮୦ ଡୋଜ୍‌ ଟିକା ଆସିଥିବା ବେଳେ ଏକ ହଜାରରୁ ଅଧିକ ଲୋକ ଟିକା ନେବା ପାଇଁ ଜମା ହୋଇଥିଲେ। ଯାହା ଫଳରେ ପରିସ୍ଥିତି ଅଣାୟତ ହେବା ଆଶଙ୍କା କରି ସ୍ବାସ୍ଥ କର୍ମଚାରୀ ମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସିବା‌ ପରେ ତିନି ଘଣ୍ଟା ବିଳମ୍ବରେ ଟିକାକରଣ ଆରମ୍ଭ ହୋଇଥିଲା। ବାହାଡାପଦର ଗୋଷ୍ଠି ସ୍ବାସ୍ଥ କେନ୍ଦ୍ରରେ ପ୍ରଥମ ଡୋଜ୍‌ ଟିକା ଦେବା ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା। ଆଜି‌ ଭୋର୍‌ ୪ ଟାରୁ ଆଖପାଖ ଗ୍ରାମର ଶତାଧିକ ଲୋକ ଆସି ଗୋଷ୍ଠି ସ୍ବାସ୍ଥ କେନ୍ଦ୍ର ଆଗରେ ଜମା ହୋଇଥିଲେ। ଧିରେ ଧିରେ ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଥିଲା।

publive-image

ପାଖାପାଖି ହଜାର ଲୋକ ଜମା ହୋଇଥିବା ବେଳେ ସେମାନେ‌‌ ଖୋଲା ଖୋଲି କୋଭିଡ ନିୟମର ଉଲଙ୍ଘନ କରିଥିଲେ। ଆଖାପାଖ ଇଲାକାର ପ୍ରାୟ ୨୦ ଖଣ୍ଡରୁ ଉର୍ଦ୍ଧ ଗ୍ରାମର ଶତାଧିକ ପୁରୁଷ ମହିଳା, ବୟସ୍କ ବ୍ୟକ୍ତି ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଆସି ଜମା ହୋଇଥିଲେ। ସ୍ବାସ୍ଥ୍ୟକର୍ମୀ ମାନେ ଅସିବା ପରେ କେବଳ ଅନ୍‌ଲାଇନ୍‌ରେ ସ୍ଲଟ୍‌ ବୁକ୍‌ କରିଥିବା ୩୦୦ ଜଣଙ୍କୁ ଏବଂ ବଳକା ୮୦ ଜଣଙ୍କୁ ଅଫଲାଇନ୍‌ ଦିଆଯିବ ବୋଲି କହିଥିଲେ।

ତେବେ ପ୍ରବଳ ଭିଡ଼ ଯୋଗୁ କିଛି ଅପ୍ରିତିକର ପରିସ୍ଥିତି ଉପୁଜିଥିବା ଆଶଙ୍କା କରି ଟକାକରଣ ଆରମ୍ଭ କରିନଥିଲେ। ରାସ୍ତା ଉପରେ ଶତାଧିକ ବାଇକ ଓ କାର୍ ଜମା ହୋଇଥିଲା। ଏହାପରେ ପୁଲିସ୍‌ ପହଞ୍ଚି ଲୋକ ମାନଙ୍କୁ ବୁଝାଶୁଝା କରିବା ସହ ଅନ୍‌ଲାଇନ୍‌ ସ୍ଳଟ୍ ବୁକ୍‌ କରିଥିବା ଲୋକ ମାନଙ୍କୁ ହିଁ ଟିକାଦିଆଯିବ ବୋଲି ବୁଝାଇବା ପରେ ବହୁ ‌କଷ୍ଟରେ ଟିକା ନେବା ଆସିଥିବା ଲୋକ ମାନନେକ ନିରାଶ ହୋଇ ଫେରିଥିଲେ। ବିଳମ୍ବରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ସାଢେ ତିନିଟାରେ ଟିକାକରଣ ଶେଷ ହୋଇଥିବା ଜଣାପଡିଛି। ଶେଷ ପର୍ଯ୍ୟନ୍ତ ଟିକା କେନ୍ଦ୍ରରେ ପୁଲିସ ମୁତୟନ ‌ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe