ଲୋକମାନଙ୍କ ଉପରେ ମାଡ଼ିଗଲା ଭ୍ୟାନ୍‌, ଜ​ଣେ ମୃତ, ୬ ଆହତ

ଲୋକମାନଙ୍କ ଉପରେ ମାଡ଼ିଗଲା ଭ୍ୟାନ୍‌, ଜ​ଣେ ମୃତ, ୬ ଆହତ

DNA India

ଦାନଗଦୀ: ରାସ୍ତା ପାର୍ଶ୍ବରେ ଠିଆହୋଇଥିବା ଲୋକମାନଙ୍କ ଉପରେ ମାଡ଼ିଗଲା ଟାଟା ଏସି ଭ୍ୟାନ୍‌। ଫଳରେ ଜଣଙ୍କର ମୃତ୍ୟୁ ​ହୋଇଛି ଏବଂ ୬ ଜଣ ଗୁରୁତର ହୋଇଛନ୍ତି। ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ବାରଗଡ଼ିଆ ଟୋଲ୍‌ ଗେଟ୍‌ ନିକଟରେ ଆଜି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି।

ଏକ ଟାଟା ଏସି ଗାଡ଼ି ହଠାତ ରାସ୍ତା ପାର୍ଶ୍ଵରେ ଛିଡ଼ାହୋଇଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆହତମାନଙ୍କୁ ଚିକିତ୍ସା କରାଯାଉଛି। ମୃତବ୍ୟକ୍ତିଙ୍କ ନାମ ରବୀନ୍ଦ୍ର ସାହୁ (୪୫) ଏବଂ ତାଙ୍କ ଘର ଶଂଖଚିଲା ଅଞ୍ଚଳରେ ବୋଲି ପୁଲିସ ସୂଚନା ଦେଇଛି। ଦୁର୍ଘଟଣା ଘଟାଇ ଥିବା ଗାଡ଼ି (ଓଡି ୦୨ ସିଜି ୮୫୨୬)ଟିକୁ ଦାନଗଦୀ ପୁଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe