ଜୁଲାଇ ୨୦ଯାଏଁ ବନ୍ଦ ରହିବ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ

ଜୁଲାଇ ୨୦ଯାଏଁ ବନ୍ଦ ରହିବ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ( ଭିସୁଟ୍) ସଟଡାଉନ୍ ଘୋଷଣା ପରେ ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ମଧ୍ୟ ଆସନ୍ତା୨୦ ତାରଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛଇ। କରୋନା ସଂକ୍ରମଣକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ଭିସୁଟ୍  ଆସନ୍ତା ଜୁଲାଇ ୧୮ ଯାଏଁ  ସଟଡାଉନ୍‌ ଘୋଷଣା କରାଯାଇଛି। ଭିସୁଟରେ ୧୨ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରତିଷେଧକ  ପଦକ୍ଷେପ ସ୍ବରୂପ ବିଶ୍ବବିଦ୍ୟାଳୟକୁ ୧୧ ଯାଏଁ  ସଟଡାଉନ୍ କରାଯାଇଥିଲା । ଏହାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୁନର୍ବାର ଆଉ ୫ ଦିନ ଲାଗି ସଟଡାଉନ୍ ଅବଧିକୁ ବଢ଼ାଇଛନ୍ତି। ଏଥିସହ ସୂଚନା ଦିଆଯାଇଛି କି ବିଶ୍ବବିଦ୍ୟାଳୟ କାର୍ଯ୍ୟାଳୟ ୨୦ ତାରିଖରେ ଖୋଲିବ। ବହୁ କର୍ମଚାରୀ ଓ ଶିକ୍ଷକ ସଙ୍ଗରୋଧରେ ଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି କୂୁଳପତି।

publive-image

ଅନ୍ୟପକ୍ଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କାର୍ଯ୍ୟାଳୟ ଓ ସ୍ନାତ୍ତକୋତର ବିଭାଗକୁ ୨୦ ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରେଜିଷ୍ଟ୍ରାର । ଏହି ନିର୍ଦ୍ଦେଶନାମାରେ କର୍ମଚାରୀଙ୍କୁ ହେଡକ୍ବାର୍ଟର ଛାଡ଼ିବାକୁ ମନା କରାଯିବା ସହିତ ମୋବାଇଲ୍ ଫୋନ୍ ଖୋଲା ରଖିବାକୁ କୁହାଯାଇଛି।

publive-image

ଉଲ୍ଲେଖଯୋଗ୍ୟ, ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ  ୧୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ବାହାରିଛନ୍ତି । ଯେଉଁଥିପାଇଁ ଜୁଲାଇ ୧୧ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଟ୍‌ଡାଉନ୍‌କୁ ବୃଦ୍ଧି କରି ଆଜି ପୁଣି ଜୁଲାଇ ୨୦ ଯାଏଁ ଭିସୁଟକୁ ସଟଡାଉନ୍‌ ଘୋଷଣା କରାଯାଇଛି । କରୋନା ଆକ୍ରାନ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି କିଛି ସ୍ଥାନୀୟ ଲୋକ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପରେ ବୁର୍ଲାକୁ ମଧ୍ୟ ସଟଡାଉନ୍ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe