ପରିବା ଦର ଆକାଶଛୁଆଁ

ପରିବା ଦର ଆକାଶଛୁଆଁ

ଧର୍ମଶାଳା: ଧର୍ମଶାଳା ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଯାଇଛି। ଆଜି ହଠାତ୍ ଟମାଟୋ କିଲୋ ୧୦୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଅଦା ୩୦୦, କଞ୍ଚାଲଙ୍କା ୨୦୦, ରସୁଣ ୧୫୦ ଟଙ୍କା ଓ କ୍ୟାପସିକମ୍ ୧୨୦ ଟଙ୍କା ଦର ରହିଛି। ଏସବୁ ପରିବା ଦର ଶୁଣି ଗରିବ ଲୋକ କିଣିବାକୁ ସାହସ ଜୁଟାଇ ପାରୁନାହାନ୍ତି।

ଏବେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ବିବାହ ଋତୁ ଓ ଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ଜାରି ରହିଛି। ଏଥପାଇଁ ସ୍ଥାନୀୟ ବାରବାଟି ପରିବା ମାର୍କେଟ୍‌ରେ ପରିବା ଚଢ଼ା ଦରରେ ବିକ୍ରି ହେଉଛି। ସେହିପରି ବାହାର ଅଞ୍ଚଳର ବେପାରୀ ଚାଷ ଜମିକୁ ଯାଇ ପରିବା କିଣି ନେଉଛନ୍ତି। ଚଢ଼ା ଦରରେ କିଣା ହେଉଥିବାରୁ ଅଧିକ ମୂଲ୍ୟରେ ବିକ୍ରି କରିବାକୁ ପଡ଼ୁଛି ବୋଲି ଖୁଚୁରା ବେପାରୀ କହୁଛନ୍ତି। ସେହିପରି ଗତ ସପ୍ତାହରେ ପୋଟଳ କିଲୋ ୪୦ଟଙ୍କା ରହିଥିବା ବେଳେ ଏବେ ୬୦ ଟଙ୍କାରେ ବିକ୍ରି ହେଉଛି। କଲରା ୫୦କୁ ୭୦, ବାଇଗଣ ୨୦ରୁ ୪୦, ଭେଣ୍ତି ୩୦ରୁ ୫୦, ଫୁଲକୋବି ଗୋଟା ୪୦ରୁ ୬୦, ଝୁଡ଼ଙ୍ଗ ୩୦ରୁ ୬୦, ବନ୍ଧାକୋବି କିଲୋ ୨୦ରୁ ୩୦, ପିଆଜ ୧୮ରୁ ୨୫, ଆଳୁ ୧୫ରୁ ୨୦ଟଙ୍କାରେ ବିକ୍ରି ହେଉଛି। ଅହେତୁକ ପରିବା ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe