ପରିବା ଦର ଆକାଶଛୁଆଁ; ୬୦ ଟପିଲା ବିଲାତି

Advertisment
ପରିବା ଦର ଆକାଶଛୁଆଁ; ୬୦ ଟପିଲା ବିଲାତି

ଆନନ୍ଦପୁର: ପରିବାରେ ହାତ ମାରି ହେଉନି। ଯାହାକୁ ନେବ କିଲୋ ୫୦ ଟଙ୍କାରୁ ଅଧିକ। କାର୍ତ୍ତିିକ ମାସ ଆରମ୍ଭରେ ଆନନ୍ଦପୁରରେ ପରିବାର ଆକାଶଛୁଆଁ ଦରକୁ ନେଇ ଲୋକମାନେ ଚିନ୍ତାରେ ପଡି ଯାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ପରିବା ଆମଦାନୀ ହ୍ରାସ ପାଉଥିବା ବେଳେ ବଜାରରେ ଅଭାବ ପରିଲକ୍ଷିତ ହୋଇଛି। ସପ୍ତାହକ ତଳେ ପରିବା ଦର ସାମାନ୍ୟ ରହିଥିବା ବେଳେ କାର୍ତ୍ତିିକ ମାସ ଆରମ୍ଭରୁ ପରିବା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ସାପ୍ତାହିକ ହାଟରେ ମଧ୍ୟ ପରିବା ଦରକୁ ନେଇ ସାଧାରଣ ଲୋକମାନେ ଚିନ୍ତାରେ ପଡିଛନ୍ତି। ଗତ ସପ୍ତାହରେ ବିଲାତି କିଲୋ ୩୦ ଟଙ୍କା ରହିଥିବା ବେଳେ ଆଜି ୬୦ ଟଙ୍କାରେ ବିକ୍ରି ହେଉଛି।

ସେହିପରି ଆଜି ଘସିପୁରା ବଜାରରେ ବାଇଗଣ କିଲୋ ପ୍ରତି ୫୦ ଟଙ୍କା, ପୋଟଳ ୫୦ ଟଙ୍କା, ଝୁଡ଼ଙ୍ଗ ୪୦, କାକୁଡ଼ି ୪୦, ଭେଣ୍ଡି ୪୦, କାଙ୍କଡ଼ ୪୦, ଦେଶୀ କାଙ୍କଡ଼ ୧୦୦, ଦେଶୀ ଫୁଲ କୋବି ୮୦, ବନ୍ଧାକୋବି ୪୦, ଦେଶୀ ଆଳୁ ୬୦, କଞ୍ଚା ଲଙ୍କା ୧୦୦, କନ୍ଦମୂଳ ୩୦, କଲରା ୬୦ଟଙ୍କା ବିକ୍ରି ହେଉଥିବା ବେଳେ କୋଶଳା ଶାଗ ବିଡ଼ା ୧୦ ଟଙ୍କାକୁ ବୃଦ୍ଧି ପାଇଛି। ବଜାରରେ ଧନିଆପତ୍ର, ସଜନାଛୁଇଁ, କଞ୍ଚା କଦଳୀର ଅଭାବ ପରିଲକ୍ଷିତ ହୋଇଛି। ଏଭଳି ପରିସ୍ଥିତିରେ ପରିବା ଦର ବୃଦ୍ଧି ପାଇବା ସାଧାରଣ ଲୋକମାନଙ୍କ ଉପରେ ପ୍ରଭାବ ପକାଇଥିବା ନେଇ ଜଣେ ଗ୍ରାହକ ପ୍ରକାଶ ନାୟକ କହିଛନ୍ତି। ଆଗକୁ ପରିବା ଦର ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe