ଟ୍ରକ ଧକ୍କାରେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ

ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଜଣେ ପରିବା ବ୍ୟବସାୟୀଙ୍କ ଉପରେ ଏକ ଟ୍ରକ ଚଢିଯାଇଛି ।ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି...

5ananzpxaqw6

ଯାଜପୁର: ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଜଣେ ପରିବା ବ୍ୟବସାୟୀଙ୍କ ଉପରେ ଏକ ଟ୍ରକ ଚଢିଯାଇଛି । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ କୁଣ୍ଡପାଟଣା ଗାଁର ପରିବା ବ୍ୟବସାୟୀ ବୁଦ୍ଧିଆ ବେହେରା ବୋଲି ଜଣାପଡିଛି । 

ସୂଚନା ଅନୁସାରେ ବୁଦ୍ଧିଆ ଗୁରୁବାର ସକାଳୁ ଲୁନାରେ ବାରବାଟୀ ପରିବା ମାର୍କେଟକୁ ଯାଉଥିଲେ । ଏହି ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅଧିକ ପଢ଼ନ୍ତୁ: ବିଜେପିରେ ଯୋଗ ଦେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ଖବର ପାଇ ଧର୍ମଶାଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ଘଟଣାସ୍ଥଳରେ ପୁଲିସ ପକ୍ଷରୁ  ତଦନ୍ତ ଜାରି ରହିଛି ।

ଅଧିକ ପଢ଼ନ୍ତୁ: କେନାଲରୁ ଅତଡ଼ା ଧସି ଝିଅ ମୃତ, ବାପ‌ା ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe