ପୁଲିସର ନିସ୍ତୁକ ମାଡ଼ରେ ପରିବା ବ୍ୟବସାୟୀ ଘାଇଲା, ହଜିଗଲା ୮ ହଜାର ଟଙ୍କା, ପିଇବା ପାଇଁ ମିଳିଲାନି ପାଣି

ପୁଲିସର ନିସ୍ତୁକ ମାଡ଼ରେ ପରିବା ବ୍ୟବସାୟୀ ଘାଇଲା, ହଜିଗଲା ୮ ହଜାର ଟଙ୍କା, ପିଇବା ପାଇଁ ମିଳିଲାନି ପାଣି

ଚାନ୍ଦବାଲି: କରୋନା ମହାମାରୀ ସମୟରେ ଓଡ଼ିଶା ପୁଲିସର ସଫଳ ପଦକ୍ଷେପ ସାରାଦେଶ ପାଇଁ ଉଦାହରଣ ପାଲଟିଥିବା ବେଳେ କିଛି କର୍ମଚାରୀଙ୍କ ପାଇଁ ପୂରା ବିଭାଗ ବଦନାମ ହେଉଛି। ଗତ ଅଗଷ୍ଟ ୧୬ ତାରିଖ ଦିନ ଭଦ୍ରକ ଜିଲ୍ଲା ଚାନ୍ଦବାଲିର କିଛି ପରିବା ବ୍ୟବସାୟୀ ପରିବା ଆଣିବାକୁ ଯାଜପୁର ଜିଲ୍ଲା କୁଆଖିଆ ଅଂଚଳକୁ ଯାଇଥିଲେ। ସେମାନେ ବାରବାଟୀରୁ ପରିବା ନେଇ ଫେରୁଥିବା ବେଳେ ରାତି ହୋଇଯାଇଥିଲା। ରାତ୍ରି ୧ ଟା ସମୟରେ ଜରି ଫାଣ୍ଡି ଅଧୀନ ଦେଇ ଯାଉଥିବା ବେଳେ ସିଙ୍ଗପୁର ଇନ୍ଦିରାଗନ୍ଧି ଛକରେ ଡ୍ୟୁଟିରତ ଦୁଇଜଣ ପୁଲିସ କର୍ମଚାରୀ ପରିବା ଗାଡିକୁ ଅଟକାଇବା ସହିତ ଡ୍ରାଇଭର ବିଶିକେଶନ ଦାସ (୨୫) ଗାଡିଚାବି ଛଡେଇ ନେଇଥିଲେ। ସେମାନେ ଗାଡିରେ କ’ଣ ଅଛି ବୋଲି ପଚାରିଥିଲେ।

ପରିବା ବ୍ୟବସାୟୀ ଗଣେଶ ସାହୁ (୩୦) ଏଥିରେ ପରିବା ଥିବା କହିଥିଲେ। ହେଲେ ଆମକୁ ଭୁଆବୁଲାଉଛ କହି ଡ୍ରାଇଭରଙ୍କ ସହିତ ପରିବା ଗଣେଶଙ୍କୁ ଅକାରଣରେ ନିସ୍ତୁକ ମାଡ ମାରିଥିଲେ। ପୁଲିସର ନିସ୍ତୁକ ମାଡ଼ରେ ଡ୍ରାଇଭରଙ୍କ କାନ ଶୁଭୁନଥିବା ଅଭିଯୋଗ ହୋଇଛି। ପୁଲିସ କର୍ମଚାରୀମାନେ ଗଣେଶଙ୍କୁ ବାଡିରେ ଗୋରୁଗାଈ ଭଳି ପିଚାରେ ପିଟିଥିଲେ। ଗଣେଶ ପିଇବା ପାଇଁ ପାଣିମାଗିବାରୁ ଗୁଳି ମାରିଦେବାକୁ ଧମକ ଦେଇଥିଲେ।

ପୁଲିସ ମାଡ଼ ମାରୁଥିବାବେଳେ ତାଙ୍କ ନିକଟରେ ଥିବା ୮ହଜାର ଟଙ୍କା ସେଇଠି ହଜିଯାଇଥିଲା। ପୁଲିସ ଠାରୁ ନିସ୍ତୁକ ମାଡ଼ ଖାଇବା ପରେ ପରିବା ବ୍ୟବସାୟୀ ଗଶେଶ ଓ ଡ୍ରାଇଭର ଗୁରୁତର ଆହତ ହୋଇ ଚିକତ୍ସିତ ହେବା ପରେ ଏବେ ଘରେ ଅଛନ୍ତି। ଘଟଣା ସଂପର୍କରେ ସେମାନେ ଯାଜପୁର ଜିଲ୍ଲା ବରୀ ଫାଣ୍ଡି ଅଧିକାରୀଙ୍କୁ ଜଣାଇଥିଲେ। କିନ୍ତୁ ଫାଣ୍ଡି ଅଧିକାରୀ ତାଙ୍କୁ ଘଉଡେଇ ଦେଇ ସେମିତି କିଛି ଆମ ଏରିଆରେ ହୋଇନାହିଁ କି ୧୬ତାରିଖରେ କେହି ଡ଼ିୟୁଟିରେ ନ ଥିଲେ ବୋଲି କହିଥିଲେ। ଏଭଳି ଘଟଣାକୁ ନେଇ ଚାନ୍ଦବାଲିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଣୁ ତୁରନ୍ତ ଘଟଣାର ନିରପକ୍ଷ ତଦନ୍ତ କରି ନ୍ୟାୟ ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe