ଛାତ ପକାଇ ଶ୍ରମିକ ଫେରିବା ବେଳେ ଓଲଟିଲା ଗାଡ଼ି 

Advertisment

୨୨ ଆହତ, ୧୦ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର

୨୨ ଆହତ, ୧୦ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର

ଛାତ ପକାଇ ଶ୍ରମିକ ଫେରିବା ବେଳେ ଓଲଟିଲା ଗାଡ଼ି 

ପାତ୍ରପୁର: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧୀନ ତାଳପଡ଼ା-ଶ୍ରୀରାମପୁର ରାସ୍ତାରେ ଆଜି ଏକ ଟାଟାଏସିଇ ଗାଡ଼ିର ଚକା ଫାଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୨ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖାରିଆଗୁଡ଼ା ଗ୍ରାମର ପ୍ରାୟ ୩୦ରୁ ଅଧିକ ପୁରୁଷ ଓ ମହିଳା ଶ୍ରମିକ ନୂଆପେଣ୍ଠ ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରର ଛାତ ପକାଇ ଗାଡ଼ିର ଡାଲାରେ ଛିଡ଼ା ହୋଇ ଫେରୁଥିଲେ। ଏହି ସମୟରେ ଗାଡ଼ିର ଚକା ଫାଟି ତାହା ରାସ୍ତାକଡ଼ରେ ଓଲଟି ପଡ଼ିଥିଲା।

ଏଥିରେ ଶୋଭା କୁଣ୍ତ (୪୫), ମାଳତୀ ବେହେରା (୪୦), ଦୀପାଞ୍ଜଳି କୁଣ୍ତ (୧୮), ହରି ସେଠୀ (୫୦), ପ୍ରକାଶ ସେଠୀ (୫୫), ତ୍ରିଲୋଚନ କୁଣ୍ତ (୪୦), ବାସନ୍ତି କୁଣ୍ତ (୪୦), କୁମାରୀ ସାହୁ (୩୦), ସରସ୍ବତୀ କୁଣ୍ତ (୨୨), ଝୁନୁ ପ୍ରଧାନ (୪୦) ଗୁରୁତର ଓ ସୌଦାମିନୀ କୁଣ୍ତ (୩୫), ବିଦୁଲତା ସାହୁ (୩୨), କୁମାରୀ ପ୍ରଧାନ (୬୦), ଲକ୍ଷ୍ମୀ ପ୍ରଧାନ (୧୯), ପଦ୍ମକଳା ପ୍ରଧାନ (୧୮), ଆଦିତ୍ୟ ସାହୁ (୯), ବାବୁରାଓ ସାହୁ (୪୫), ରୀତା ସାହୁ (୩୫), ମାମି ସାହୁ (୨୨), ସୁନିତା କୁମାରୀ କୁଣ୍ତ (୨୨), ସଙ୍ଗୀତାରାଣୀ କୁଣ୍ତ (୧୮), ପ୍ରଭାସିନୀ କୁଣ୍ତ (୪୪) ପ୍ରମୁଖ ଆହତ ହୋଇଥିଲେ।

ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ୧୦ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପାତ୍ରପୁର ବିଡିଓ ପ୍ରକାଶ ଚନ୍ଦ୍ର ଦାସ ଓ ତହସିଲଦାର ଅମିତ କୁମାର ନାୟକ ପ୍ରମୁଖ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ଗୁରୁତର ୧୦ ଜଣଙ୍କୁ ରେଡକ୍ରସ୍ ପାଣ୍ଠିରୁ ୫ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଥିଲା। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଗୁରୁତରଙ୍କୁ ଯୁବ ବିଜେପି ନେତା ମ‌ନୋରଞ୍ଜନ ଦ୍ୟାନସାମନ୍ତରା ଭେଟିବା ସହ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ଲାଗି ଦାବି କରିଛନ୍ତି।

ତେବେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆନୁଷଙ୍ଗିକ ଭିତ୍ତିଭୂମି ଓ ଡାକ୍ତର ଅଭାବ ଯୋଗୁଁ ଦୁର୍ଘଟଣା ଭଳି ଜରୁରୀକାଳୀନ ପରିସ୍ଥିତିରେ ଆହତଙ୍କୁ ଉପଯୁକ୍ତ ସେବା ମିଳିପାରୁନି। ସାମାନ୍ୟ ଆହତଙ୍କୁ ବି ବ୍ରହ୍ମପୁର ରେଫର୍ କରାଯାଉଛି। ସେହିପରି ବିପଜ୍ଜନକ ଭାବେ ଟ୍ରାକ୍ଟର୍, ପିକଅପ୍ ଓ ଟାଟାଏସିଇ ଗାଡ଼ିର ଡାଲାରେ କ୍ଷମତାଠୁ ଅଧିକ ଯାତ୍ରୀ ପରିବହନ ହେଉଥିବାରୁ ଦୁର୍ଘଟଣା ଘଟୁଛି। ଏଦିଗରେ ପ୍ରଶାସନ ଓ ପୁଲିସ ଦୃଷ୍ଟି ଦେବା ଲାଗି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe