Image Courtesy of The Economic Times
ଭଦ୍ରକ: ଆଜି ଭଦ୍ରକ ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ ମୁକ୍ତି ରଞ୍ଜନ ଶତପଥି ନାବାଳିକା ଅପହରଣକାରୀ ତିହିଡି ଥାନା ବାରୋ ଗ୍ରାମର ଭାଗିରଥି ମହାଳିକଙ୍କ ପୁତ୍ର ଶିଶିର ମହାଳିକଙ୍କୁ ପୋକସୋ ଆଇନର ଦଫା ୬ ଅନୁଯାୟୀ ୧୦ ବର୍ଷ ସଶ୍ରମ କାରାଦଣ୍ଡ ୫୦ ହଜାର ଟଙ୍କା, ପିଙ୍ଗଳ କୋଡ଼ର ଦଫା ୩୬୩ ମୁତାବକ ୫ ବର୍ଷ ଓ ୫ ହଜାର, ଦଫା-୩୬୬ ଅନୁଯାୟୀ ୬ ବର୍ଷ ଓ ୫ ହଜାର ଏପରି ମୋଟ ୬୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ମାତ୍ର ଜେଲ ଦଣ୍ଡ ଏକସାଥିରେ ଚାଲିବାକୁ ନିର୍ଦ୍ଦେଶ ଥିବାରୁ ଅପରାଧୀ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବେ। ମିଳିଥିବା ସୂଚନା ମୁତାବକ ୨୦୧୮ ମସିହା ଅଗଷ୍ଟ ମାସ ୨୨ ତାରିଖ ଦିନ ସେହି ଗ୍ରାମର ଜନୈକ ନାବାଳିକା ସହିଦ ନଗର କଲେଜରୁ ଘରକୁ ଫେରୁଥିବାବେଳେ ଅଭିଯୁକ୍ତ ତାଙ୍କ ମୋଟର ସାଇକେଲରେ ତାଙ୍କୁ ଜୋରଜବରଦସ୍ତ ନିଜ ମୋଟର ସାଇକେଲରେ ବସାଇ ଅପହରଣ କରି ନେଇ ତେଲେଙ୍ଗାନାର ଗୋଲକୁଣ୍ଡାକୁ ନେଇଯାଇଥିଲା |
ସେଠାରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିଲା | ପୀଡ଼ିତାଙ୍କ ପିତା ଅଭିଯୋଗ କରିବା ପରେ ତିହିଡି ଥାନାରେ ୮୦/୨୦୧୮ କେସ ହୋଇ ଥିଲା ଓ ତଦନ୍ତ ବେଳେ ପୁଲିସ ନାବାଳିକାକୁ ସେଠାରୁ ଉଦ୍ଧାର କରିବା ପରେ ତାହାର ବୟାନକୁ ଆଧାର କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା | ସେ ପରେ ଜାମିନରେ ଥିଲେ | ଆଜି ମାନ୍ୟବର କୋର୍ଟ ନିଜର ରାୟ ପ୍ରକାଶ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି | ଅଭିଯୁକ୍ତଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ବଟକୃଷ୍ଣ ଦାସ ମାମଲା ପରିଚାଳନା କରୁଥିଲେ।
Follow Us