ବିଦ୍ୟାଳୟ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରଶମନ ସମୀକ୍ଷା

ବିଦ୍ୟାଳୟ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରଶମନ ସମୀକ୍ଷା

Sambad

ଖୋର୍ଦ୍ଧା: ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (ଏସ୍‌ଡିଏମ୍‌ଏ)ସଂପ୍ରତି ଜିଲ୍ଲା, ବ୍ଲକ ଓ ପଞ୍ଚାୟତସ୍ତରରେ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ପ୍ରାକ୍‌ ଯୋଜନା ପ୍ରସ୍ତୁତ କରିବା ଭଳି ବିଦ୍ୟାଳୟସ୍ତରରେ ମଧ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଆଜି ଏସ୍‌ଡିଏମ୍‌ଏ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜରୁରୀକାଳୀନ ଅଧିକାରୀ ତଥା ଡେପୁଟି ଜିଲ୍ଲାପାଳ ମମତା ସାହୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ୧୦ଟି ବ୍ଲକର ବ୍ଲକ ଶିକ୍ଷାଧିକାରୀ, ବ୍ଲକ ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ଅଗ୍ନିଶମ ଅଧିକାରୀ ମୀନକେତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଜରୁରୀକାଳୀନ ଅଧିକାରୀ ନିଜବକ୍ତବ୍ୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ପ୍ରତି ବିଦ୍ୟାଳୟରେ ବିପର୍ଯ୍ୟୟକୁ ସମ୍ମୁଖିନ କରିବାକୁ ଯୋଜନା ପ୍ରସ୍ତୁତ କରିବା, ସେମାନଙ୍କୁ ପ୍ରଶିକ୍ଷଣ ଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ଓ ଶିଳ୍ପ ଓ କାରଖାନା ନିକଟରେ ଥିବା ବିଦ୍ୟାଳୟ ଗୁଡ଼ିକରେ ରସାୟନିକ ବିପର୍ଯ୍ୟୟ ଆଦି ସମୟରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ କିଭଳି ବିପର୍ଯ୍ୟୟର ପରିଚାଳନା କରିବେ ସେନେଇ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe