ରାଇରଙ୍ଗପୁରରେ ବିଜେପିର ବିଜୟ ଉତ୍ସବ ପାଳିତ: ନବନିର୍ବାଚିତ ସାଂସଦ ନବଚରଣ ଓ ବିଧାୟକ ଜଲେନଙ୍କୁ ବିପୁଳ ସମ୍ବର୍ଦ୍ଧନା

ରାଇରଙ୍ଗପୁରରେ ବିଜେପିର ବିଜୟ ଉତ୍ସବ ପାଳିତ: ନବନିର୍ବାଚିତ ସାଂସଦ ନବଚରଣ ଓ ବିଧାୟକ ଜଲେନଙ୍କୁ ବିପୁଳ ସମ୍ବର୍ଦ୍ଧନା

ରାଇରଙ୍ଗପୁର: ସାଧାରଣ ନିର୍ବାଚନ ପାଇଁ ହୋଇଥିବା ମତଦାନର ଫଳାଫଳ ଘୋଷଣା ହୋଇଛି। ତେବେ ଫଳାଫଳ ଘୋଷଣା ପରେ ମୟୂରଭଂଜ ଜିଲ୍ଲାରେ ବିଜେପିର ଲୋକସଭା ପ୍ରାର୍ଥୀ ନବଚରଣ ମାଝୀ ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ହରାଇ ସାଂସଦ ହୋଇଛନ୍ତି। ତାଙ୍କ ସହିତ ମୟୂରଭଞ ଜିଲ୍ଲାର ୯ ବିଧାୟକ ମଧ୍ୟରୁ ୯ଟି ଯ୍ଧଳ ବିଜପେି ହାସଲ କରିଛି।

ତେବେ ଆଜି ରାଇରଙ୍ଗପୁରର ନବ ନିର୍ବାଚତ ବିଧାୟକ ପ୍ରାର୍ଥୀ ଜଲେନ୍ ନାଏକ ଓ ଲୋକସଭା ସାଂସଦଙ୍କ ବିଜୟକୁ ନେଇ ସନ୍ଧ୍ୟାରେ ରାଇରଙ୍ଗପୁରରେ ବିଜୟ ଉତ୍ସବ ପାଳନ କରାଯାଇଛି। ଏଥିରେ ଉଭୟ ପ୍ରାର୍ଥୀଙ୍କୁ ସହରବାସୀ ଶୁଭେଚ୍ଛା ଜଣାଇଛନ୍ତି। ନିଜୟ ଉତ୍ସବରେ ବିଜେପିର ରାଜ୍ୟ ସମ୍ପାଦକ ନବୀନ ରାମ, ମନୋଜ ଦାସ, ବିକାଶ ମହାନ୍ତ, ବିଜେପି ରାଜ୍ୟ ସମ୍ପାଦକ କୃଷକ ମୋର୍ଚ୍ଚାର ପାରାଉ ହେମ୍ବ୍ରମ, ବିଜେପିର ପଶ୍ଚିମ ମୟୂରଭଂଜ ଜିଲ୍ଲା ଯୁବ ସଭାପତି ଆଲୋକ ରଞନ ମହାନ୍ତ, ମହିଳା ମୋର୍ଚ୍ଚା ସଭାପତି ସୋନାଲି ବିଜୟଲକ୍ଷ୍ମୀ ମହାନ୍ତ, ନଗର ସଭାପତି ସୁରଥ ପଟ୍ଟନାୟକ, ସଂଜୟ ନାୟକ, ସରୋଜ ମହାନ୍ତ, ପ୍ରଦୀପ ରାଉତ, ଶଶାଙ୍କ କୁମାରଙ୍କ ସମେତ ବିଜେପିର ବହୁ ନେତା ଓ କର୍ମୀ ସାମିଲ ଥିଲେ । ଜୟ ଶ୍ରୀରାମ୍ ଧ୍ୱନୀରେ ସହର ଉଠୁଥିଲା ପଡୁଥିଲା। ସାଂସଦ ନବଚରଣ ଓ ବିଧାୟକ ଜଲେନ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିବା ସମସ୍ତ ପୁରଣ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe