ସୁନ୍ଦରଗଡ଼ରେ ହାତୀ ଉପଦ୍ରବ; ଭାଙ୍ଗିଲେ ଘର, ଖାଇଲେ ଫସଲ

Advertisment
ସୁନ୍ଦରଗଡ଼ରେ ହାତୀ ଉପଦ୍ରବ; ଭାଙ୍ଗିଲେ ଘର, ଖାଇଲେ ଫସଲ

ସୁନ୍ଦରଗଡ଼: ଶୁକ୍ରବାର ରାତିରେ ସୁନ୍ଦରଗଡ଼ ବନଖଣ୍ଡ ସଦର ବନାଞ୍ଚଳ ଅନ୍ତର୍ଗତ ଭେଡାଵାହାଲ ବାମଣ୍ଡିଆଡିହି ଗାଁରେ ହାତୀପଲ ପଶି ଉତ୍ପାତ କରିଥିଲେ। ଏହି ହାତୀପଲ ଗାଁରେ ପଶି ଗ୍ରାମବାସୀଙ୍କ ଏକାଧିକ ଘର ଭାଙ୍ଗି ଘରେ ସାଇତା ଚାଉଳ ଧାନ ଖାଇବା ସହବିଲରେ ପଶି ଧାନ ଫସଲ ନଷ୍ଟ କରି ଦେଇଥିଲେ।

ଧାନ ପାଚି ଆସିଲା ବେଳକୁ ହାତୀପଲ କିଆରୀକୁ ମାଡିମକଚି ନଷ୍ଟ କରି ଜଙ୍ଗଲକୁ ପଳାଇ ଯାଇଥିଲେ। ଧାନ ଫସଲ ନଷ୍ଟ ହେବା ଦେଖି ଚାଷୀ ଚିନ୍ତାପରେ ପଡ଼ି ଯାଇଛନ୍ତି। ହାତୀପଲ ଗାଁ ଭିତରକୁ ପଶି ଆସିଥିବା ଖବର ପାଇ ବନବିଭାଗ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe