ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ

Advertisment
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ

ସୁବର୍ଣ୍ଣପୁର : ୧୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ନବକିଶୋର ବେହେରା ।

ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶଯେ ଭିବିଡି ଟେକନିକାଲ ସୁପରଭାଇଜର ବିଦ୍ୟୁତ ପ୍ରକାଶ ଖମାରି,କୃଷ୍ଣ ଚନ୍ଦ୍ର ନାଏକ,ପ୍ରଦୀପ ସାହୁ,ଅଜିତ ହୋତାଙ୍କ ଦକ୍ଷତା ରିପୋର୍ଟ ଅଧିକ ଉନ୍ନତ କରି ରିପୋର୍ଟ ଦେବା ପାଇଁ ଡା ବେହେରା୧୬ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ବିଦ୍ୟୁତ ପ୍ରକାଶ ଖମାରୀଙ୍କଠାରୁ ଆଜି ନିଜ କାର୍ଯ୍ୟାଳୟରେ୧୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା। ଏହାପରେ ଆୟଭିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଡା ଶ୍ରୀ ବେହେରାଙ୍କ ଡୁଙ୍ଗୁରିପାଲି ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ସମ୍ବଲପୁର, ବରଗଡ଼,ବଲାଙ୍ଗୀର ସୋନପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe