ଓସିସିଏଲ୍ ବରିଷ୍ଠ ପ୍ରବନ୍ଧକଙ୍କ ଘରେ ଭିଜିଲାନସ୍‌ ଚଢ଼ଉ, ଦୁଇ କୋଟିରୁ ଊର୍ଦ୍ଧ୍ବ ସଂପତ୍ତି ଠାବ

ଓସିସିଏଲ୍ ବରିଷ୍ଠ ପ୍ରବନ୍ଧକଙ୍କ ଘରେ ଭିଜିଲାନସ୍‌ ଚଢ଼ଉ, ଦୁଇ କୋଟିରୁ ଊର୍ଦ୍ଧ୍ବ ସଂପତ୍ତି ଠାବ

ସମ୍ବଲପୁର : ଭିଜିଲାନସ୍ ଜାଲରେ ପଡ଼ିଛନ୍ତି ଆଉ ଜଣେ କୋଟିପତି ଅଧିକାରୀ। ଆୟବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍(ଓସିସିଏଲ୍‌)ର ବରିଷ୍ଠ ପ୍ରବନ୍ଧକ ରଂଜନ କୁମାର ଡାଂଗଙ୍କ ବାସଭବନ ସମେତ ୩ଟି ଜାଗାରେ ଭିଜିଲାନସ୍‌ ଚଢ଼ଉ କରିଥିଲା। ଆଜି ସନ୍ଧ୍ୟା ସୁଦ୍ଧା ୨.୨୭ କୋଟି ଟଙ୍କାର ସଂପତ୍ତି ଠାବ କରାଯାଇଛି।

ଆୟ ବର୍ହିଭୂତ ସଂପତ୍ତି ଠୁଳ କରିବା ଅଭିଯୋଗ ହେବା ପରେ ଆଜି ଓସିସିଏଲର୍ ବରିଷ୍ଠ ପ୍ରବନ୍ଧକ ରଂଜନ କୁମାର ଡାଂଗଙ୍କ ସମ୍ବଲପୁର କାର୍ଯ୍ୟାଳୟ, ସମ୍ବଲପୁର ଚୈତନ୍ୟ ନଗରସ୍ଥିତ ବାସଭବନ ସମେତ ଜିଲ୍ଲାର ୩ଟି ଜାଗାରେ ଚଢ଼ଉ କରାଯାଇଥିଲା। ଦୁଇ ଜଣ ଡିଏସ୍‌ପି ଏବଂ ୩ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ ସମ୍ବଲପୁର ସହରରେ ତାଙ୍କର ୧ ତିନିମହଲା ବିଶିଷ୍ଟ ବାସଭବନ, ଗୋଟିଏ ଦୁଇଚକିଆ ଗାଡ଼ି ଏବଂ ୭ଟି ପ୍ଲଟ୍ ଥିବା ଜଣାପଡ଼ିଥିଲା। ଏଥିରୁ ସମ୍ବଲପୁର ଜିଲ୍ଲାରେ ୬ଟି ପ୍ଲଟ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଗୋଟିଏ ପ୍ଲଟ ରହିଛି। ଏହା ବ୍ୟତୀତ ୧୬.୯୩ ଲକ୍ଷ ଟଙ୍କାର ବ୍ୟାଙ୍କରେ ଏବଂ ୨୧.୧୫ ଲକ୍ଷ ଟଙ୍କା ଏଲ୍‌ଆଇସିରେ ଜମା ହୋଇଥିବା ଜଣାପଡ଼ିଛି। ‌ତେବେ, ତାଙ୍କ ବାସଭବନରେ ଚଢ଼ଉ ବେଳେ ନଗଦ ୧ ଲକ୍ଷ ୪୫ ହଜାର ୮୫୦ ଟଙ୍କା ମିଳିଥିଲା। ଆଜି ସୁଦ୍ଧା ୨.୨୭ କୋଟି ଟଙ୍କାର ସଂପତ୍ତି ଥିବା ଜଣାପଡ଼ିଥିବା ବେଳେ ଆଗାମୀ ସମୟରେ ଅଧିକ ଯାଂଚ ପରେ ପୂରା ସଂପତ୍ତିର ପରିମାଣ ଜଣାପଡ଼ିବ ବୋଲି ଭିଜିଲାନସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe