ବେଆଇନ୍‌ କରତକଳ ଉପରେ ଚଢ଼ାଉ, ବିପୁଳ ପରିମାଣରେ କାଠଗଣ୍ଡି ଜବତ

Advertisment

କଟକ: ଭିଜିଲାନ୍ସ ବନ ବିଭାଗ ଦ୍ୱାରା ଫୁଲନଖରା ରେଞ୍ଜ ଅଞ୍ଚଳରେ ବେଆଇନ୍‌ ଭାବେ ପରିଚାଳିତ କରତକଳ ଉପରେ ଆଜି ଅତର୍କିତ ଭାବେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ବିପୁଳ ପରିମାଣରେ କାଠଗଣ୍ଡି ଜବତ ହୋଇଛି।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଭିଜିଲାନ୍ସ ବିଭାଗ ସହରାଞ୍ଚଳ ବନ ଉପଖଣ୍ଡର ଫୁଲନଖରା ରେଞ୍ଜ କର୍ମଚାରୀ ଓ ସ୍ଥାନୀୟ ପୁଲିସ ସହଯୋଗରେ ଅତର୍କିତ ଭାବେ ଚଢ଼ାଉ କରି ୧୨ ଲକ୍ଷ ୨୭ ହଜାର ୪୮୦ ଟଙ୍କାର କାଠଗଣ୍ଡି ଓ କରତଗୁଣ୍ଡ ଜବତ କରିଛି। ଚଢ଼ାଉ ସମୟରେ ବିନା ବୈଧ ଲାଇସେନ୍ସରେ କରତକଳ ପରିଚାଳନା ହେଉଥିବା ଜଣାପଡ଼ିଥିଲା। କରତକଳର ମାଲିକ ସେହି ସମୟରେ ଉପସ୍ଥିତ ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe