ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ଼କୋ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Advertisment
ଦୁର୍ନୀତି ପାଖେ ପହଞ୍ଚିପାରୁନି କି ଭିଜିଲାନ୍ସ? ମାତ୍ର ୩୧୦ ଅଭିଯୋଗ ପାଇଛି ଭିଜିଲାନ୍ସ

Ommcom News

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଇଡ଼କୋ(ସିଭିଲ)ର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ଲେଙ୍କାଙ୍କ ଘରେ ଚଢ଼ାଉ କରାଯାଉଛି | ଆଜି ସକାଳୁ ଶ୍ରୀ ଲେଙ୍କାଙ୍କ ଭୁବନେଶ୍ୱର, ପୁରୀ ସମେତ କେନ୍ଦ୍ରାପଡ଼ାର ୭ଟି ସ୍ଥାନରେ ଚଢ଼ାଉ କରାଯାଉଛି | ଏହି ଚଢ଼ାଉରେ ୨ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର, ୨ ଜଣ ସବଇନ୍ସପେକ୍ଟର ଓ ୫ ଜଣ ଏଏସଆଇ ସାମିଲ ଅଛନ୍ତି |

publive-image

ମିଳିଥିବା ସୂଚନା ମୁତାବକ ମନୋଜ କୁମାର ଲେଙ୍କାଙ୍କ ଭୁବନେଶ୍ୱର କୋରଡ଼କଣ୍ଟାରେ ଥିବା ତିନି ମହଲା ଘର, ପୁରୀର ଗ୍ରାଣ୍ଡ ଆସିଆନା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, କେନ୍ଦ୍ରାପଡା କେଶପୁରରେ ଥିବା ପୈତୃକ ଘର, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଥିବା ତିନି ମହଲା ଘର, ଭୁବନେଶ୍ୱର ରୁପାଲୀ ଛକରେ ଥିବା ଅଫିସ, ଭୁବନେଶ୍ୱର ନୀଳାଦ୍ରି ନଗରରେ ଥିବା ଘର, ଭୁବନେଶ୍ୱର ଉତ୍ତରା ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ଚଢ଼ାଉ ଜାରି ରହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe