୩୦ ହଜାର ଟଙ୍କା ଲାଂଚ ନେଇ ଧରାପଡ଼ିଲେ ଖରିଆରରୋଡ ଆଇଟିଆଇ କଲେଜର ଅଧ୍ୟକ୍ଷ

Advertisment
୩୦ ହଜାର ଟଙ୍କା ଲାଂଚ ନେଇ ଧରାପଡ଼ିଲେ ଖରିଆରରୋଡ ଆଇଟିଆଇ କଲେଜର ଅଧ୍ୟକ୍ଷ

ନୂଆପଡ଼ା: ଖରିଆର ରୋଡ଼ସ୍ଥିତ ସରକାରୀ ଆଇଟିଆଇ କଲେଜର ଅଧ୍ୟକ୍ଷ ବିଭୂତି ଭୂଷଣ ସାହୁ ଆଜି ଭିଜଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜଣେ ଅଧ୍ୟାପକଙ୍କ ଚୁକ୍ତି ମିଆଦ ଏକ ବର୍ଷ ବୃଦ୍ଧି କରିବାକୁ କହି ଟଙ୍କା ଲାଞ୍ଚ ନେଉଥିଲେ। ଅଧ୍ୟାପକଙ୍କ ଠାରୁ ଅଧ୍ୟକ୍ଷ ବିଭୂତି ଭୂଷଣ ସାହୁ ଚାକିରି ମିଆଦ ଏକ ବର୍ଷ ବଢ଼ାଇ ଦେବା ଲାଗି ୫୦ ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ଉଭୟଙ୍କ ମମଧ୍ୟରେ ୩୦ ଟଙ୍କାରେ କଥା ଛିଣ୍ଡିଥିଲା। ଆଜି ଆଇଟିଆଇ କଲେଜ ପରିସରରେ ଅଧ୍ୟାପକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଡିଭିଜନ ଡିଏସ୍‌ପି ସୁରେନ୍ଦ୍ର ନାଥ ପାଣିଗ୍ରାହୀଙ୍କ ନେତୃତ୍ୱରେ ଟିମ ଚଢ଼ାଉ କରିଥିଲା।

ଭିଜିଲାନ୍ସ ଟିମ୍‌ରେ ନବରଙ୍ଗପୁର ଏସ୍‌ଆଇ କଳାବତୀ ବାଗ୍‌ ଓ ନୂଆପଡ଼ା ଏସ୍‌ଆଇ ଦୀନବନ୍ଧୁ ବେହେରା ମଧ୍ୟ ଥିଲେ। ଟିମ୍‌ ସଂପୃକ୍ତ ଅଭିଯୁକ୍ତ ଅଧ୍ୟାପକଙ୍କୁ ଟ୍ରାପ୍‌କରି ଭିଜିଲାନ୍ସ କାର୍ଯ୍ୟାଳୟରେ ରଖିଛନ୍ତି। ତାଙ୍କୁ ଗିରଫ କରାଯିବା ପରେ କଳାହାଣ୍ଡିସ୍ଥିତ ଭିଜିଲାନ୍ସ କୋର୍ଟକୁ ପଠାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe