ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ; ନଗଦ ୧୧ ଲକ୍ଷ ଟଙ୍କା ଜବତ

Advertisment
ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ; ନଗଦ ୧୧ ଲକ୍ଷ ଟଙ୍କା ଜବତ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁଣି ଜଣେ ଯନ୍ତ୍ରୀ । ଆୟ ବହିଭୁତ ମାମଲାରେ ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁ ଙ୍କ ଘରେ ଆଜି ଭିଜିଲାସନ୍ସ ଚଢ଼ାଉ ହୋଇଛି।

ସୂଚନା ଅନୁଯାଇ ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗ ର ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ ଖମାର କାର୍ଯ୍ୟାଳୟ ରେ କାର୍ଯ୍ୟରତ। ତାଙ୍କ ନାମ ରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଢେଙ୍କାନାଳ ସ୍ପେସିଆଲ ଭିଜିଲାନ୍ସ ଜଜ ପକ୍ଷରୁ ମିସ କେଶ ନମ୍ବର ୨/୨୦ରେ ଏକ ସର୍ଚ୍ଚ ୱାରେଣ୍ଟ ଆସିଥିଲା। ଏହି ସର୍ଚ୍ଚ ୱାରେଣ୍ଟ ବଳ ରେ ଢେଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗ ମିଳିତ ଭାବେ ତାଙ୍କର ଢେଙ୍କାନାଳ ଟାଉନ ପ୍ଲାନିଂ ବାସ ଭବନ ଉପରେ ଚଢ଼ାଉ କରିଛନ୍ତି।

publive-image

ଏହା ବ୍ୟତୀତ ଚନ୍ଦ୍ରମଣି ଙ୍କ ଭୁବନେଶ୍ୱର ଟଙ୍କପାଣି ରୋଡ ଠାରେ ଥିବା ଏମସିଭିଲା, ପୈତୃକ ଗ୍ରାମ ପିଙ୍ଗୁଆ, ଶ୍ୱଶୁର ଘର ସହରର ହାଟ ରୋଡ, ଷ୍ଟେସନ ରୋଡ ଠାରେ ଥିବା ଘର ଏବଂ ତାଳଚେର କାର୍ଯ୍ୟାଳୟରେ ଏକ ସାଙ୍ଗେ ଚଢ଼ାଉ ଚାଲିଥିବା କଟକ ଭିଜିଲାନ୍ସ ଅତିରିକ୍ତ ଏସପି ବେଣୁଧର ନାୟକ ସୂଚନା ଦେଇଛନ୍ତି। ଢେଙ୍କାନାଳ ଘରୁ ଦୁଇଟି ଚାରି ଚକିଆ ଗାଡି, ତିନୋଟି ଦୁଇ ଚକିଆ ଓ ନଗଦ ଏଗାର ଲକ୍ଷ ରୁ ଉର୍ଦ୍ଧ ଟଙ୍କା ସମେତ ବିଭିନ୍ନ କାଗଜ ପତ୍ର ଜବତ କରିଛନ୍ତି। ଚଢ଼ାଉ ରେ କଟକ ଇନ୍ସପେକ୍ଟର ଅନୁପମା ସାହୁ, ଜ୍ୟୋତି ପ୍ରକାଶ ସାହୁ, ଢେଙ୍କାନାଳ ଇନ୍ସପେକ୍ଟର ଅନିରୁଦ୍ଧ ନାୟକ ଓ କର୍ମଚାରୀ ସାମିଲ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe