ମହେନ୍ଦ୍ରଗିରି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌

ମହେନ୍ଦ୍ରଗିରି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌

Sambad

ଜି.ଉଦୟଗିରି: ଗଜପତି ଜିଲ୍ଲା ଜି.ଉଦୟଗିରି ବ୍ଲକ ମହେନ୍ଦ୍ରଗିରି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଦୁଇଦିନ ହେଲା ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌ର ଏକ ୩ ଜଣିଆ ଟିମ୍ ଡେରା ପକାଇଛନ୍ତି। ଇନ୍ସପେକ୍ଟର୍ ବୈଦେହୀ ବେହେରାଙ୍କ ନେତୃତ୍ବରେ ଏହି ଟିମ୍ ଗତକାଲି ଯୁକ୍ତଦୁଇ ପରୀକ୍ଷା ଚାଲିଥିବା ବେଳେ କ୍ୟାମ୍ପସ୍ ଭିତରେ ପ୍ରବେଶ କରିଥିଲେ। ଆଜି ଅପରାହ୍ନ ସାଢ଼େ ୨ଟାରେ ଏହି ଟିମ୍ ଅନୁଷ୍ଠାନରୁ ଅନେକ ଦସ୍ତାବିଜ୍ ଓ ଫାଇଲ୍ ସଂଗ୍ରହ କରିନେଇଥିବା ଜଣାପଡ଼ିଛି। ତେବେ ଏହାକୁ ଅଡିଟ୍ ଯାଞ୍ଚ୍ ବୋଲି କୁହାଯାଇଛି। ଅଧ୍ୟକ୍ଷା ପ୍ରିୟଦର୍ଶିନୀ ପଟ୍ଟନାୟକ କହିଛନ୍ତି, ୨୦୧୪ରୁ ଆଜିସୁଦ୍ଧା ତଥା ୯ ବର୍ଷ ଭିତରେ ଅନୁଷ୍ଠାନରେ ଆର୍ଥିକ କାରବାର ନେଇ ଦୁର୍ନୀତି ନିବାରଣ ବିଭାଗ ଅଡିଟ୍ କରୁଛି। ତେବେ ଆର୍ଥିକ ଅନିୟମିତତା ନେଇ କୌଣସି ଅଭିଯୋଗ ହୋଇଥିଲେ, ତଦନ୍ତରେ ସହଯୋଗ ପାଇଁ ପ୍ରସ୍ତୁତ ଥିବା ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ସୂଚନା ଥାଉକି, ୧୯୯୭ରେ ସ୍ଥାପିତ ଏହି ଅନୁଷ୍ଠାନରେ ଅଧ୍ୟାପକଅଧ୍ୟାପିକା ନିଯୁକ୍ତି ସମେତ ଆର୍ଥିକ କାରବାରକୁ ନେଇ ଦୁର୍ନୀତି ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶ ପାଇଆସୁଛି। ୩ବର୍ଷ ତଳେ ଗଜପତି ଭିଜିଲାନ୍ସ୍‌ର ଏକ ଟିମ୍ ଏହି ବିଦ୍ୟାଳୟକୁ ଆସି ଛାନଭିନ୍ କରିଥିଲେ। ଶିକ୍ଷାକେନ୍ଦ୍ରର ପୂର୍ବତନ ସମ୍ପାଦକ ତଥା ଫାଉଣ୍ଡର ମେମ୍ବର ମାଧବ ବେହେରା କହିଛନ୍ତି ଯେ, ତଦନ୍ତକାରୀ ଅଫିସର ଯଦି ସଂପୂର୍ଣ୍ଣ ନିରପେକ୍ଷ ତଦନ୍ତ କରନ୍ତି ତାହେଲେ ପାଖାପାଖି କୋଟିଏରୁ ଅଧିକ ଟଙ୍କାର ହେରଫେରର ପ୍ରକୃତ ତଥ୍ୟ ସମ୍ମଖକୁ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe