ଭଦ୍ରକ ମେଡିକାଲରେ ଭିଜିଲାନସ୍ ଟିମ୍

ଖେଳୁଥିବା ସମୟରେ କୀଟନାଶକ ପିଇଦେଲେ ୪ ଶିଶୁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Odisha Bytes

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଶିଲା ଭିଜିଲାନସ୍ ଟିମ୍। ଭଦ୍ରକ ଭିଜିଲାନସ ଡିଏସପି ଡିସି ମୁର୍ମୁ ଆଜି ଦିନ ୧୧ଟା ବେଳେ ଭଦ୍ରକ ମେଡିକାଲ ପରିସରକୁ ଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ କୌଣସି ଏକ ଟେଣ୍ଡର ପ୍ରକ୍ରିୟାର ଅନିୟମିତା ହୋଇଥିବା ଅଭିଯୋଗ ନେଇ ରେକର୍ଡ ପତ୍ର ଯାଞ୍ଚ କରିଥିଲେ। ଭିଜିଲାନସ୍ ଟିମ୍ ଭଦ୍ରକ ମେଡିକାଲ ପରିସରକୁ ପଶିବା ଘଟଣାକୁ ନେଇ ସହର ସାରା ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କାରଣ ଭଦ୍ରକ ମେଡିକାଲ ହେଉଛି ଦୁର୍ନୀତିର ଏକ ଗନ୍ତାଘର। ଏଠାରେ ଅତୀତରେ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ମଧ୍ୟ ଲାଞ୍ଚ ମାମଲାରେ ଭିଜିଲାନସ୍ ହାତରେ ଧରାପଡି ଗିରଫ ହୋଇଥିଲେ।

ଆଜି ଭିଜିଲାନସ୍ ଟିମ୍ ଅଚାନକ ଭାବେ ସିଡିଏମଓଙ୍କ ଅଫିସ୍ ରୁମକୁ ପଶିବା ଘଟଣାକୁ ନେଇ ସହରସାରା ଚର୍ଚ୍ଚା ଜୋର ଧରିଥିଲା। ଭଦ୍ରକ ମେଡିକାଲରେ ପୁଣି କଣ ଦୁର୍ନୀତି ହେଲାକି ବୋଲି ଚର୍ଚ୍ଚା ଜୋର ଧରିଲା। ଏଭଳି ଘଟଣା ପରେ ପରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମଧ୍ୟ ମେଡିକାଲ ପରିସରକୁ ଯାଇଥିଲେ। ମାତ୍ର କେହି କିଛି କହିନଥିଲେ। ଆଜି ଏଇ ଘଟଣା ସଂପର୍କରେ ସମ୍ବାଦ ପକ୍ଷରୁ ଭଦ୍ରକର ଭିଜିଲାନସ୍ ଡିଏସପି ଶ୍ରୀ ମୁର୍ମୁଙ୍କୁ ପଚାରିବାରୁ ସେ କହିଲେ, ଏକ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତା ହୋଇଥିବା ନେଇ ଭିଜିଲାନସ୍ ‌ ପାଖରେ ଅଭିଯୋଗ ହୋଇଥିଲା। ଏଇ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ ନେଇ ଆମେ ଆଜି ଭଦ୍ରକ ମେଡିକାଲକୁ ଯାଇଥିଲୁ।

ଏବଂ ଏଇ ଟେଣ୍ଡର ପ୍ରକ୍ରିୟା ସଂପକର୍ରେ କିଛି ରେକର୍ଡପତ୍ର ଯାଞ୍ଚ ପାଇଁ ଆଣିଛୁ। ଏବେ ଏହା ତଦନ୍ତ ପରିସରରେ ରହିଥିବାରୁ କିଛି କହି ହେବ ନାହିଁ। ଯାଞ୍ଚ ଶେଷ ହେଲେ ସତ୍ୟାସତ୍ୟ ଜଣାପଡିବ ବୋଲି ସେ କହିଥିଲେ। ସେହିପରି ଘଟଣା ସଂପର୍କରେ ସମ୍ବାଦ ପକ୍ଷରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ସନ୍ତେଷ ପାତ୍ରଙ୍କ ସହ ଯୋଗଯୋଗ କରାଯାଇଥିଲା ବେଳେ ଡ. ପାତ୍ର କହିଲେ, ଏକ ପୁରୁଣା ଟେଣ୍ଡର ପ୍ରକ୍ରିୟାର ଏକ କାଗଜପତ୍ର ଯାଞ୍ଚ ପାଇଁ ଭିଜିଲାନସ୍ ଡିଏସସି ଭଦ୍ରକ ମେଡିକାଲକୁ ଆସିଥିଲେ। ଆମେ ତାଙ୍କୁ ଏହି ଟେଣ୍ଡର ସପଂର୍କିତ କାଗଜପତ୍ର ପ୍ରଦାନ କରିଛୁ। ତେବେ କେଉଁ ଟେଣ୍ଡର ପ୍ରକ୍ରିୟାରେ ଏଭଳି ଅନିୟମିତା ହୋଇଛି। ସେ ସଂପର୍କରେ ଉଭୟ ସିଡିଏମଓ ଓ ଭିଜିଲାନସ୍ ଡିଏସପି କିଛି କଥା କହି ନଥିଲେ। ତଦନ୍ତ ପରେ ଅସଲ ସତ୍ୟ ପଦାକୁ ଆସିବ ବୋଲି ଭିଜିଲାନସ୍ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe