ବର୍ଷା ଯୋଗୁଁ କୋରାପୁଟ, ପଟ୍ଟାଙ୍ଗିରେ ବିଜୟ ସଂକଳ୍ପ ସମାବେଶ ବାତିଲ

Advertisment
ବର୍ଷା ଯୋଗୁଁ କୋରାପୁଟ, ପଟ୍ଟାଙ୍ଗିରେ ବିଜୟ ସଂକଳ୍ପ ସମାବେଶ ବାତିଲ

କୋରାପୁଟ/ପଟ୍ଟାଙ୍ଗି/ଲକ୍ଷ୍ମୀପୁର: କେରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି। ବର୍ଷା ଲାଗି ପଟ୍ଟାଙ୍ଗି ଓ କୋରାପୁଟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବିଜୟ ସଂକଳ୍ପ ସମାବେଶ ହୋଇପାରି ନାହିଁ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାୟଙ୍କ ଦୁଇଟି କାର୍ଯ୍ୟକ୍ରମ ବାତିଲ ହୋଇଛି।

ସୂଚନା ଅନୁସାରେ ଆଜି ପୂର୍ବାହ୍‌ଣରେ ଜିଲ୍ଲାର ଲକ୍ଷ୍ମୀପୁରରେ ବିଜେପିର କୋରାପୁଟ ସାଂସଦ ପ୍ରାର୍ଥୀ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀଙ୍କ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶରେ ଶ୍ରୀ ସାୟ ଯୋଗଦେଇଥିଲେ। ସେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ବିଜେପି ସରକାରଙ୍କ ଜନକଲ୍ୟାଣ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।

ଲକ୍ଷ୍ମୀପୁର ପରେ ଶ୍ରୀ ସାୟଙ୍କ ଉଭୟ ପଟ୍ଟାଙ୍ଗି ଓ କୋରାପୁଟରେ ଜନସଭାର ଆୟୋଜନ ହେବାର ଥିଲା। ପଟ୍ଟାଙ୍ଗିରେ ପ୍ରାୟ ୨ ହଜାର ଓ କେରାପୁଟରେ ୪୦୦୦ କର୍ମୀ ଯୋଗ ଦେଇଥିଲେ। ତେବେ ବିଜୟ ସଂକଳ୍ପ ସମାବେଶ ପୂର୍ବରୁ ବର୍ଷା ଦାଉ ସାଜିଥିଲା। ବର୍ଷା ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଜାରି ରହିଥିଲା। ତେଣୁ ଶ୍ରୀ ସାୟ ସମାବେଶ ସ୍ଥଳକୁ ପହଞ୍ଚି ପାରି ନଥିଲେ। ଶେଷରେ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe