ମାସେ ହେଲା ଅନ୍ଧାରରେ ୧୫ ପରିବାର; ପାଠ ପଢ଼ିବାକୁ ହାଇରାଣ ହେଉଛନ୍ତି ପିଲା

ମାସେ ହେଲା ଅନ୍ଧାରରେ ୧୫ ପରିବାର; ପାଠ ପଢ଼ିବାକୁ ହାଇରାଣ ହେଉଛନ୍ତି ପିଲା

symbolic photo

 କୋଲାବିରା: କୋଲାବିରା ବ୍ଲକ୍ ସୋଢ଼ାମାଳ ପଞ୍ଚାୟତ ଡୁକୁନାପଡ଼ାରେ ଅନ୍ଧାରରେ ଗ୍ରାମବାସୀ ଦିନ ବିତାଉଛନ୍ତି। ପ୍ରାୟ ୧୫ରୁ ଅଧିକ ପରିବାରବିଶିଷ୍ଟ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ଏହି ପଡ଼ାରେ ଆଜିକୁ ୩୦ ଦିନରୁ ଅଧିକ ହେଲା ବିଦ୍ୟୁତ୍ ସରବରାହ ଠପ୍ ରହିଛି। ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲେ ମଧ୍ୟ ବଦଳାଯାଉ ନ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଛୁଆଙ୍କ ପାଠ ପଢ଼ାଠାରୁ ଆରମ୍ଭ କରି ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ତ କାମ ପାଇଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ବିଶେଷ କରି ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ପାଇଁ ଅଡୁଆ ବଢ଼ିଯାଇଛି। ନିର୍ଦ୍ଧାରିତ ସମୟରେ ଘରକାମ ଶେଷ କରିବା ନେଇ ଅନିଶ୍ଚିତତା ଦେଖା ଦେଇଥିବା ମଧ୍ୟ ଅଭିଯୋଗ ହେଉଛି। ସମ୍ପୃକ୍ତ ବିଭାଗୀୟ କର୍ମଚାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବା ଗାଁ’ର କାର୍ତ୍ତିକ ମୁଣ୍ଡା, ଫୁଲଚାନ୍ଦ ମୁଣ୍ଡା, ଅଶୋକ ମୁଣ୍ଡା, ଆନନ୍ଦ ମୁଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତି। ତୁରନ୍ତ ନୂଆ ଟ୍ରାନ୍ସଫର୍ମର ଲଗାଇବାକୁ ସ୍ଥାନୀୟ ସମାଜସେବୀ ବଳରାମ ପାଣ୍ଡେ, ଗଣେଶ କରାଲି ଓ ଲମ୍ବୋଦର ବିନ୍ଧାଣୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe