National Grid
ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଢୋଲପଡା ଓ ଦୁଧିଆନାଳୀ ପଞ୍ଚାୟତର ୬ ଟି ଗ୍ରାମ ଭାଲୁମୁଣ୍ଡା, ମାଳିଚୁଆ, କୁମୁରାପାଲି, ଗୟାପାଲି, ନିର୍ଗୁଣୀପାଲି, ମର୍ଡଙ୍ଗ ତଳପଡ଼ା ଆଜିକୁ ୫ ଦିନ ହେଲା ବିଦ୍ୟୁତ ନ ଥିବାରୁ ଲୋକେ ଅନ୍ଧାରରେ ରହୁଛନ୍ତି। ତିଲେଇବଣୀ ବ୍ଲକ ଓ ରିଆମାଳ ବ୍ଲକର ସୀମାରେ ଥିବା ଏହି ଗାଁ ଗୁଡ଼ିକର ଲୋକେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବେଳେ ବିଦ୍ୟୁତ ନଥିବା ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକ ଲାଇନମ୍ୟାନ ଓ ବିଦ୍ୟୁତ ବିଭାଗର ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି।
ଏଭଳି ସମୟରେ ଯଥା ଶୀଘ୍ର ଉକ୍ତ ଅଞ୍ଚଳରେ ବିଦ୍ୟୁତ ଯୋଗାଇଦେବାକୁ ଏଜ୍ରା କୁଜୁର, ଦଲ୍ଲୀପ କେରକେଟା, ବାସୁଦେବ ନାୟକ, ନବୀନ ନାୟକ, କେଶନ ବରିହା, ନିରଞ୍ଜନ ବାଘ, ତପନ ବାଘ ସମେତ ଅଞ୍ଚଳବାସୀ ଦାବୀ କରିଛନ୍ତି ।
Follow Us