ଶୁଣିଲାନି ପ୍ରଶାସନ: ଚୁଆର ପୁନରୁଦ୍ଧାର କାମ ନିଜେ କରି ଉଦାହରଣ ସୃଷ୍ଟି କଲେ ଯୁବକ

ଶୁଣିଲାନି ପ୍ରଶାସନ: ଚୁଆର ପୁନରୁଦ୍ଧାର କାମ ନିଜେ କରି ଉଦାହରଣ ସୃଷ୍ଟି କଲେ ଯୁବକ

ଘୁ.ଉଦୟଗିରି: ପ୍ରଶାସନ ଯେଉଁଠି କୁମ୍ଭକର୍ଣ୍ଣ ନିଦ୍ରାରେ ଥାଏ, ସେଇଠି ସାଧାରଣ ଜନତା ନିଜ ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହୋଇ ଶେଷରେ ନିଜ ସମସ୍ୟାର ସମାଧାନ ପାଇଁ ନିଜେ ଅଣ୍ଟା ଭିଡ଼ି ନିଜ ଅଞ୍ଚଳର ବିକାଶ କାର୍ଯ୍ୟ କରି ସମସ୍ୟାର ସମାଧାନ କରୁଥିବା ନଜିର ଆସିଛି ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତରେ।ପ୍ରବଳ ରୌଦ୍ରତାପ ସାଙ୍ଗକୁ ଜଳ ସମସ୍ୟା ଗୁରୁତର ଥିବା ବେଳେ ଟୋପାଏ ପାଣି ପାଇଁ ଲୋକ ଡହଳ ବିକଳ ହେଉଥିବା ବେଳେ ସ୍ଥାନୀୟ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ପାଙ୍ଗାସାହି, ଗଞ୍ଜୁଗୁଡ଼ା ଏବଂ କଳିଙ୍ଗା ଛକର ଜନସାଧାରଣ ଗାଧେଇବା ଏବଂ ଶୌଚ ନିମନ୍ତେ ଏକ ଚୁଆଁ ଉପରେ ନିର୍ଭରଶୀଳ ଅଟନ୍ତି। ଏହାର ପୁନଃରୁଦ୍ଧାର ଓ ମରାମତି ନିମନ୍ତେ ଅନେକ ଥର ଜନ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ଦୁଃଖ ର ବିଷୟରେ ଏ ବିଷୟରେ କେହି ଦୃଷ୍ଟି ଆକର୍ଷଣ କଲେନାହିଁ। ଶେଷରେ ବାଧ୍ୟହୋଇ ଗ୍ରାମର ଯୁବକମାନେ ନିଜେ ଅଣ୍ଟା ଭିଡି ଚୁଆର ପଙ୍କ ଉଦ୍ଧାର କାର୍ଯ୍ୟ ହାତକୁ ନେଇ କରି ଦେଖେଇଛନ୍ତି। ଏହି ଗାଁର ଯୁବକମାନେଏହିଭଳି ସାମୁହିକ ଭାବେ ସାମାଜିକ କାର୍ଯ୍ୟ କରି ଏହି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଗ୍ରାମର ଯୁବକମାନେ ନିଜ ପରିଶ୍ରମ ରେ ସିନା ପଙ୍କ ଉଦ୍ଧାର କରିଦେଲେ ହେଲେ ଚୁଆ ଚାରିପଟେ ପଥର ପାଚେରୀ ନକଲେ ଚୁଆଟି ଭୁଶୁଡି ପଡିବା ସମ୍ଭାବନା ଅଛି। ପୁଣି ସମସ୍ୟା ମୁଣ୍ଡ ଟେକିବ।ଏଣୁ ତୁରନ୍ତ ଏହି ଚୁଆ ଚାରିପଟେ ପଥର ପାଚେରୀ ନିର୍ମାଣ କରିବାକୁ ଦାବି ହୋଇଛି। ଯଦି ପ୍ରଶାସନ ଏ ବିଷୟକୁ ଗୁରୁତ୍ୱ ଦେଇ ପଥର ପିଚିଂ ଓ ମରାମତି ନିମନ୍ତେ ସରକାରଙ୍କ ତରଫରୁ କିଛି ଅର୍ଥ ମଞ୍ଜୁର କରନ୍ତି। ତେବେ ଏହି ଗ୍ରାମର ଜନସାଧାରଣ ଉପକୃତ ହୋଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe