ମତଦାନରେ ସାମିଲ ହେଲେ ଭୋଟ ବର୍ଜନ ଆହ୍ବାନ ଦେଇଥିବା ୪ ଗାଁ ଲୋକେ

Advertisment
ମତଦାନରେ ସାମିଲ ହେଲେ ଭୋଟ ବର୍ଜନ ଆହ୍ବାନ ଦେଇଥିବା ୪ ଗାଁ ଲୋକେ

କୋରାପୁଟ :  ଭୋଟ ବର୍ଜନ ନିଷ୍ପତ୍ତି ନେଇଥିବା ଦଶମନ୍ତପୁର ବ୍ଲକ ଫୁଲବେଡା  ପଂଚାୟତ ର ସଲପଗୁଡ଼ା, ତେନ୍ତୁଳିଗୁଡ଼ା, ଝାପରାଗୁଡ଼ା ଓ ବଦଳି ମାଲିଗୁଡ଼ା ଗ୍ରାମର ଭୋଟର ଆଜି ଭୋଟ ଦେଇଛନ୍ତି। ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ କିଛି ସମୟ ବିଳମ୍ବରେ ଆରମ୍ଭ ହୋଇଥିଲା ମତଦାନ ।ତେବେ ଗ୍ରାମବାସୀଙ୍କ ଏହି ରଣ ହୁଙ୍କାର ରେ ବ୍ୟସ୍ତ ହୋଇ ପ୍ରଶାସନିକ ଅଧିକାରୀ ସଶସ୍ତ୍ର ପୋଲିସ ବାହିନୀ ସହ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ସେମାନଙ୍କ ଦାବି ପ୍ରତି ଉଚିତ୍ ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ଚାରି ଘଣ୍ଟା ପରେ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରି ଆସି ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ।

ତେବେ ଫୁଲବେଡ଼ା ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଏହି ସମସ୍ତ ଗ୍ରାମକୁ ଠିକ୍ ରାସ୍ତାଟିଏ ନଥିବା ଯୋଗୁଁ ନାନା ସମସ୍ୟା ଦେଖାଦେଇଛି । ଗାଁର ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଫଳରେ ପିଲାଏ ସ୍କୁଲ ଯାଇପାରିନଥିବା ବେଳେ ମାଟି ରାସ୍ତା ରେ ବର୍ଷା ପାଣି  ମୁନ୍ଦେ ପଡିଗଲେ ଚାଷୀ ତାର ଉତ୍ପାଦ ବଜାରକୁ ନେଇପାରୁନଥିବା ଗାଁ ର ଚାଷୀ ଅଭିଯୋଗ କରିଛନ୍ତି । ଚାଷବାସ ପାଇଁ ଜଳର ଅଭାବ ରହିଥିବା ବେଳେ ପିଇବା ପାଇଁ ମଧ୍ୟ ଅଦୂରରେ ଥିବା ଝରଣାର ଚୂଆଁ ହି ଭରସା ବୋଲି ଗ୍ରାମବାସୀ ଜଣାଇଛନ୍ତି ।ରାତି ସୁଦ୍ଧା ସେମାନଙ୍କ ଅଭାବକୁ ପୂରଣ କରିବାର ଠୋସ ପ୍ରତିଶ୍ରୁତି ନ ମିଳିଲେ ସେମାନଙ୍କ ଭୋଟ ବର୍ଜନ ପାଇଁ ଜିଲ୍ଲାର ରାଜନୈତିକ ନେତା ଓ ପ୍ରାଶାସନିକ ଅଧିକାରି ଦାୟୀ ରହିବେ ବୋଲି ସେମାନେ ଗତକାଲି ସ୍ପଷ୍ଟ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe