କୋଣାର୍କ: ଯୁବକଙ୍କୁ ରାତିସାରା ଅଟକ ପ୍ରତିବାଦରେ ଥାନା ଘେରିଲେ ଗ୍ରାମବାସୀ

Advertisment
କୋଣାର୍କ: ଯୁବକଙ୍କୁ ରାତିସାରା ଅଟକ ପ୍ରତିବାଦରେ ଥାନା ଘେରିଲେ ଗ୍ରାମବାସୀ

କୋଣାର୍କ: ରାମଚଣ୍ଡି ଥାନା ଅନ୍ତର୍ଗତ ମଲିଆ ତୁଠ ଗ୍ରାମର ମାନସ ଦଳେଇଙ୍କୁ ଓକିଲ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ମାଡ଼ ମାରିଥିଲେ। ଗତକାଲି ସନ୍ଧ୍ୟାରେ ଶ୍ରୀ ଦଳେଇ ଏ ନେଇ ଥାନାକୁ ଏତଲା ଦେବାକୁ ଆସିଥିବା ବେଳେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଅଭିଯୋଗକାରୀ ମାନସ ଦଳେଇଙ୍କୁ ରାତି ସାରା ଥାନା ହାଜାତରେ ବନ୍ଦ କରି ରଖିଥିଲେ। ଏହିକଥା ଜଣାପଡ଼ିବା ପରେ ଶତାଧିକ ଗ୍ରାମବାସୀ ଥାନା ଘେରାଉ କରିଥିଲେ। ପରେ ପୁଲିସ ଓକିଲ ସ୍ୱାଇଁଙ୍କୁ ଧରି ଥାନାକୁ ଆଣିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe