ସ୍କୁଲ୍ ଖୋଲିବା ସହ ମୌଳିକ ଆବଶ୍ୟକତା ପୂରଣ ଦାବି: ଭୋଟ୍ ଦେଲେନି ଗ୍ରାମବାସୀ

Advertisment
ସ୍କୁଲ୍ ଖୋଲିବା ସହ ମୌଳିକ ଆବଶ୍ୟକତା ପୂରଣ ଦାବି: ଭୋଟ୍ ଦେଲେନି ଗ୍ରାମବାସୀ

ମୟୂରଭଞ୍ଜ/ବଡ଼ସାହି: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ଖାନୁଆ ପଞ୍ଚାୟତ ୧୨ ନମ୍ବର ୱାର୍ଡ ନୁରିସାହିର ୪୦୦ ଭୋଟର ଭୋଟ୍ ବର୍ଜନ କରିଛନ୍ତି। ସରକାରୀ ନିୟମ ଅନୁସାରେ ଛାତ୍ରଛାତ୍ରୀ ସଂଖ୍ୟା କମ୍ ହେବା ଯୋଗୁ ୱାର୍ଡରେ ଥିବା ପ୍ରାଥମିକ ସ୍କୁଲ୍ ବନ୍ଦ ହୋଇଯାଇଛି। ଏବେ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ବନ୍ଦ ଥିବା ସ୍କୁଲ୍ ପୁଣିଥରେ ଖୋଲିବା ଦାବି ରଖିଛନ୍ତି ୱାର୍ଡବାସୀ।

ସେହିପରି ରାସ୍ତା ଓ ପାନୀୟଜଳ ପରି ମୌଳିକ ଆବଶ୍ୟକତାକୁ ପୂରା କରିବାକୁ ମଧ୍ୟ ଦାବି ହୋଇଛି। ଗତକାଲି ପୋଲିଂ ପାର୍ଟି ଉକ୍ତ ବୁଥ୍‌ରେ ପହଞ୍ଚି ଥିଲେ ହେଁ ୱାର୍ଡବାସୀ ସ୍କୁଲ୍ ଗୃହ ଖୋଲିବାକୁ ଦେଇନଥିଲେ। ସେମାନେ ଗେଟ ପାଖରେ ଧାରଣା ଦେଇଛନ୍ତି।

publive-image

ଆଜି ବ୍ଲକ୍ ନିର୍ବାଚନ ଅଧିକାରୀ ତଥା ବିଡିଓ ଆକାଶ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ବେଣୁଧର ସାହୁ ପୋଲିଂ ପାର୍ଟିକୁ ନେଇ ପୁଲିସ ଫୋର୍ସ ସହ ନୁରିସାହି ବୁଥ୍‌ରେ ପହଞ୍ଚିଥିଲେ ଏବଂ ସକାଳ ୭ଟା ବେଳକୁ ମତଦାନ ବ୍ୟବସ୍ଥା ହୋଇଥିଲା। ହେଲେ ପୂର୍ବାହ୍ନ ୧୧ଟା ସୁଦ୍ଧା କେହି ଭୋଟର ମତଦାନ କରି ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe