ମୋରମ ବିଛାଇ ଠିକାଦାର ନିଶ୍ଚିନ୍ତରେ, କାଦୁଅରେ ଲୋକେ ହନ୍ତସନ୍ତ

ମୋରମ ବିଛାଇ ଠିକାଦାର ନିଶ୍ଚିନ୍ତରେ, କାଦୁଅରେ ଲୋକେ ହନ୍ତସନ୍ତ

ହରଭଙ୍ଗା: କିଛି ଦିନ ପରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ପୁରିବାକୁ ବସିଥିବାବେଳେ ଅନ୍ତିମ ବେଳାରେ  ଉନ୍ନୟନମୂଳକ ପ୍ରକଳ୍ପ ନାଁରେ ଆସିଥିବା ଅନୁଦାନକୁ ବିନା ସୂଚନା ଫଳକରେ ଜେନତେଣ ଭାବେ ଅର୍ଥ ହରିଲୁଟ କରୁଥିବା ଅଭିଯୋଗ ହୋଇଛି | ହରଭଙ୍ଗା ବ୍ଲକ ମହାଲ୍ଲିକପଡା ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି । ପ୍ରାପ୍ତ ଅଭିଯୋଗ ମତେ ମହାଲ୍ଲିକପଡା ଆରଡ଼ି ରାସ୍ତାରୁ ବାହାଲି ଟିକିରାସାହି ପର୍ଯ୍ୟନ୍ତ ପ୍ରାୟ ୮ଶହ ମିଟର ରାସ୍ତାରେ ଜୈନିକ ଠିକାଦାର ବିନା ସୂଚନା ଫଳକରେ ମାଟି ମୋରମ ପକାଇଥିବା ବେଳେ ଅଦିନିଆ ବର୍ଷା ଯୋଗୁଁ ରାସ୍ତାଟି କାଦୁଅରେ ଭାସୁଛି।

ଫଳରେ ଉକ୍ତ ରାସ୍ତାରେ ଯାତାୟାତ କାଠିକର ପାଠ ହୋଇପଡିଛି। ଏଭଳି ସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଜଣେ ରୋଗୀଙ୍କୁ ୮ଶହ ମିଟର ବୁହାହେବା ପରେ ଡାକ୍ତରଖାନାକୁ ପଠାଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ରାସ୍ତାର ଦୁରାବସ୍ଥା ସମ୍ପର୍କରେ ସମ୍ପୃକ୍ତ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ରାଜେଶ ଧୀରଙ୍କୁ ପଚରାଯିବାରୁ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସେଠାରେ ସୂଚନା ଫଳକ କରିବା ପାଇଁ ତାଙ୍କୁ ବାରମ୍ବାର କୁହା ଯାଇଥିଲା।

ସେହିପରି ରାସ୍ତାର ଅବସ୍ଥା ଦେଖିବା ପରେ ତାଙ୍କୁ ତା ଉପରେ ବାଲି କ୍ରସରର ଡଷ୍ଟ ଆଣି ପକାଇବାକୁ କହିଛୁ ଏ ସବୁ ନକଲେ ମୁଁ କୌଣସି ମତେ ବିଲ କରିବି ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe