ନକ୍ସଲଙ୍କ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଗ୍ରାମବାସୀ ଗୁରୁତର

Advertisment
ନକ୍ସଲଙ୍କ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଗ୍ରାମବାସୀ ଗୁରୁତର

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର କୋତ୍ତାଗୁଡୁମ ଜିଲ୍ଲାର ଚାରଲା ଲେନିନ କଲୋନୀରେ ନକ୍ସଲଙ୍କ ଦ୍ବାରା ଲଗାଯାଇଥିବା ପ୍ରେସର ବୋମା ବିସ୍ଫୋରଣରେ ଆଜି ଜଣେ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ଅନୁଯାୟୀ କୋତ୍ତାଗୁଡୁମ ଟାଉନ ମଧ୍ୟରେ ରହିଥିବା ଚେରଲା ଲେନିନ କଲୋନୀ ନିକଟରେ ଥିବା ଏକ ଗଛରେ ମାଓବାଦୀ ପୋଷ୍ଟର ମାରିଥିଲେ। ତେବେ ସକାଳୁ ସ୍ଥାନୀୟ ଅଞ୍ଚଳର ଜଣେ ଗ୍ରାମବାସୀ ଆଲାମ ବ୍ରହ୍ମାୟାଡୁ ନିଜ ମଟର ସାଇକେଲରେ ସେହି ରାସ୍ତା ଦେଇ ଯାଉଥିବା ବେଳେ ହଠାତ ତାଙ୍କ ନଜର ଗଛରେ ଲାଗିଥିବା ମାଓ ପୋଷ୍ଟର ଉପରେ ପଡିଥିଲା।

ସେ ମାଓ ପୋଷ୍ଟରରେ କ’ଣ ଲେଖା ହୋଇଛି ଜାଣିବା ପାଇଁ ମଟର ସାଇକେଲରେ ହିଁ ଗଛ ନିକଟକୁ ଯାଉଥିଲେ। ତେବେ ଗଛ ନିକଟରେ ନକ୍ସଲ ଦ୍ବାରା ପୋତା ଯାଇଥିବା ପ୍ରେସର ବୋମା ହଠାତ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଆଲାମ ବ୍ରହ୍ମାୟାଡୁ ଗୁରୁତର ଆହତ ହୋଇଥିଲେ। ମଟର ସାଇକେଲ ମଧ୍ୟ ଉଡି ଯାଇଥିଲା। ଏହି ଖବର ପାଇ ସ୍ଥାନୀୟ ପୁଲିସ ସେହି ଅଞ୍ଚଳକୁ ସିଲ କରିବା ସହ ତଦନ୍ତ ଆରମ୍ଭ କରିଛି। ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଏବେ କୋକୁଆ ଭୟ ଦେଖା ଦେଇଛି। ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe