ଆବଶ୍ୟକ ନଥାଇ ଶିକ୍ଷକ ନିଯୁକ୍ତିକୁ ବିରୋଧ: ସ୍କୁଲରେ ତାଲା ଠୁଙ୍କିଲେ ମାର୍ଦ୍ଦିଙ୍ଗବାସୀ

Advertisment
ଆବଶ୍ୟକ ନଥାଇ ଶିକ୍ଷକ ନିଯୁକ୍ତିକୁ ବିରୋଧ: ସ୍କୁଲରେ ତାଲା ଠୁଙ୍କିଲେ ମାର୍ଦ୍ଦିଙ୍ଗବାସୀ

ହରଭଙ୍ଗା: ରାଜ୍ୟର ସ୍କୁଲ୍‌ଗୁଡ଼ିକରେ ଏବେ ଶିକ୍ଷକ ଅଭାବ। କେଉଁଠି ଶିକ୍ଷକ ନ ଥିବାରୁ ଅଭିଭାବକ ଓ ଗ୍ରାମବାସୀ ସ୍କୁଲ୍‌ରେ ତାଲା ପକାଇଲେଣି ତ ପୁଣି କେଉଁଠି ଛାତ୍ରଛାତ୍ରୀଙ୍କୁ ଧରି ଧାରଣା ଦେଲେଣି। କିନ୍ତୁ ଏହାର ଓଲଟା ଶିକ୍ଷକ ଆବଶ୍ୟକତା ନଥିବା ଦର୍ଶାଇ ଜଣେ ଶିକ୍ଷୟିତ୍ରୀଙ୍କ ନିଯୁକ୍ତିକୁ ବିରୋଧ କରି ଗ୍ରାମବାସୀ ସ୍କୁଲ୍‌ରେ ତାଲା ପକାଇବା ଭଳି ଘଟଣା ସାମ୍‌ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ମାର୍ଦ୍ଦିଙ୍ଗ ପ୍ରାଥମିକ ସ୍କୁଲ୍‌ରେ। ବୁଧବାର ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁସାରେ, ମାର୍ଦ୍ଦିଙ୍ଗ ପ୍ରାଥମିକ ସ୍କୁଲ୍‌ରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀରେ ୧୯ ଜଣ ପିଲା ପାଠ ପଢୁଥିବା ବେଳେ ଶିକ୍ଷାଦାନ ପାଇଁ ଅଛନ୍ତି ୨ ଜଣ ଶିକ୍ଷକ। ଏହା ସତ୍ତ୍ବେ ଶିକ୍ଷା ବିଭାଗ ପଦୋନ୍ନତି ପାଇଥିବା ଶିକ୍ଷୟିତ୍ରୀ ମିନତି ଦାଶଙ୍କୁ ସେଠାରେ ନିଯୁକ୍ତି ଦେଇଛନ୍ତି।

ମାତ୍ର ଗ୍ରାମବାସୀ ‘ଆମ ସ୍କୁଲରେ ଶିକ୍ଷକ ଆବଶ୍ୟକ ନାହିଁ’ ବୋଲି କହି ସଂପୃକ୍ତ ଶିକ୍ଷୟତ୍ରୀଙ୍କ ନିଯୁକ୍ତିକୁ ବିରୋଧ କରି ସ୍କୁଲ୍‌ରେ ତାଲା ପକାଇ ଦେଇଛନ୍ତି। ଏ ସର୍ମ୍ପକରେ ହରଭଙ୍ଗା ବିଇଓ ଅଜୟ ଲୁହାଙ୍କୁ ପଚାରିବାରେ, ‘ଗତକାଲି ୪୫ ଜଣ ଶିକ୍ଷକଙ୍କୁ ଲେଭଲ୍‌-୪କୁ ପଦୋନ୍ନତି ମିଳିଛି। ସେଥିରୁ ୭ ଜଣ ପ୍ରାଥମିକ ଶିକ୍ଷକଙ୍କୁ ପ୍ରାଥମିକ ପ୍ରଧାନଶିକ୍ଷକ ପଦ ଦିଆଯାଇଛି। ଏହି କ୍ରମରେ ଶିକ୍ଷୟିତ୍ରୀ ମିନତି ଦାଶଙ୍କୁ ପଦୋନ୍ନତି ଦେଇ ମାର୍ଦ୍ଦିଙ୍ଗ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। କିନ୍ତୁ ଗାଁ’ଲୋକେ ତାଙ୍କୁ କାର୍ଯ୍ୟରେ ଯୋଗଦାନ କରାଇ ଦେଉନଥିବା ମୁଁ ଖବର ପାଇଛି। ଏହା ଉପରେ କ’ଣ ହୋଇପାରିବ ଦୃଷ୍ଟି ଦେବି’ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe