ପୁଲିସକୁ ଆକ୍ରମଣ କରି ଅପରାଧୀକୁ ନେଇଗଲେ ଗ୍ରାମବାସୀ

Advertisment
ନକଲି ପୁଲିସ ସାଜିଛି ଛାତ୍ର ନେତା, ମୁଁ ଖଣ୍ଡଗିରି ଥାନାରୁ ଖଣ୍ଡ ସାର୍ କହୁଛି....

Representation image

ପାରାଦ୍ବୀପ: ଅପରାଧୀକୁ ଧରିବାକୁ ଯାଇଥିବାବେଳେ ହଟହଟା ହେଲା ପୁଲିସ | ପାରାଦ୍ବୀପ ଗଡ ଗ୍ରାମର ଦଳେଇ ସାହିରେ ଜଣେ ୱାରେଣ୍ଟ କୁ ଧରିବାକୁ ଯାଇ ହଟହଟା ହୋଇଛି ପାରାଦ୍ବୀପ ଅଭୟଚାନ୍ଦପୁର ପୁଲିସ । ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଏସ.ଆଇ ଆହତ ହୋଇଛନ୍ତି । ଥାନା ଗାଡିରୁ ଅଭିଯୁକ୍ତ ଯୁବକକୁ ଟାଣି ନେଇ ଯାଇଛନ୍ତି ଗ୍ରାମବାସୀ। ସୂଚନା ମୁତାବକ ପାରାଦ୍ବୀପ ଗଡ ଦଳେଇ ସାହିର ତ୍ରିନାଥ ଦଳେଇଙ୍କ ନାମରେ ଅଭୟଚାଦପୁର ଥାନାରେ ଏକ ମାମଲା ରହିଥିଲା ଏବଂ ସେ ଦୀର୍ଘ ଦିନ ହେଲା ଫେରାର ଥିଲେ।

ମାତ୍ର ତ୍ରିନାଥ ଗ୍ରାମକୁ ଆସିଥିବା କୌଣସି ସୂତ୍ରରୁ ଖବର ପାଇ ଏସ.ଆଇ ଆଶୁତୋଷ ହୋତାଙ୍କ ନେତୃତ୍ବରେ ଏକ ଟିମ ଗ୍ରାମରେ ଚଢାଉ କରି କ୍ଲବ ନିକଟରୁ ତାଙ୍କୁ ଗିରଫ କରି ଗାଡିରେ ବସାଇଥିଲେ। ମାତ୍ର ହଠାତ୍ ଗ୍ରାମର କିଛି ଯୁବକ ପୁଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଏସ.ଆଇ ଆଶୁତୋଷ ହୋତା ଆହତ ହେବା ସହିତ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି।

ଗ୍ରାମବାସୀମାନେ ପୁଲିସ ଭ୍ୟାନରୁ ଆସାମୀ ତ୍ରିନାଥକୁ ଛଡାଇ ନେଇଛନ୍ତି। ଘଟଣାସ୍ଥଳରେ ପାରାଦ୍ବୀପ ଏଏସପି ଙ୍କ ସମେତ ପାରାଦ୍ବୀପ ଲକ ଥାନା ଆଇଆଇସି ପହଞ୍ଚି ଥିବାବେଳେ ଗ୍ରାମରେ ଏକ ଫ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇ ଗ୍ରାମକୁ ସିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe