ମାଳି ପର୍ବତରେ ଖଣି ଖନନ, କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ୧୮ ଗ୍ରାମବାସୀ

Advertisment
ମାଳି ପର୍ବତରେ ଖଣି ଖନନ, କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ୧୮ ଗ୍ରାମବାସୀ

Sambad

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଥିବା ମାଳି ପର୍ବତରେ ଖଣି ଖନନ ପାଇଁ ଆଜି ୪ଖଣ୍ଡ ପଂଚାୟତର ୧୮ଖଣ୍ଡ ଗ୍ରାମବାସୀ କୋରାପୁଟ ସହରରେ ଏକ ବିଶାଳ ରାଲି କରିଥିଲେ। ମହିଳା କଲେଜ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୩ ହଜାର ଅଂଚଳବାସୀ ହାତରେ ପ୍ଲାଗ କାର୍ଡ ଧରି ତୁରନ୍ତ ସେ ଅଂଚଳରେ ଖଣି ଖନନ କରାଯାଉ ଏବଂ ଖୁବଶୀଘ୍ର ପରିବେଶ ମଂଜୁରୀ ପାଇଁ ଜନଶୁଣାଣୀ କରାଯାଉ ବୋଲି ଦାବି କରିଥିଲେ। ମାଳି ପର୍ବତରେ ଖଣି ଖନନ ହେଲେ ଅଂଚଳର ବିକାଶ ସହ ଯୁବପିଢିଙ୍କୁ କାମଧନ୍ଦା ମିଳିପାରିବ ବୋଲି ଦାବି କରିଛନ୍ତି। ଅଂଚଳର ପାରିପାଶ୍ୱିକ ଓ ସାମୁହିକ ବିକାଶ ପାଇଁ ମାଳି ପର୍ବତର ଖଣି ଖନନ ଜରୁରୀ ବୋଲି ଅଂଚଳବାସୀ ଦାବି କରିଛନ୍ତି। ଗତ ୨୨ ତାରିଖରେ ମାଳି ପର୍ବତକୁ ନେଇ ହୋଇଥିବା ଜନଶୁଣାଣୀରେ ୧୮ଖଣ୍ଡ ଗ୍ରାମବାସୀ ଶାନ୍ତିଶୃଙ୍ଖଳାର ସହ ଯୋଗ ଦେଇଥିଲେ। କିନ୍ତୁ କିଛି ଅସାମାଜିକ ଲୋକ ଜନଶୁଣାଣୀ ଆରମ୍ଭ ହେବାର କିଛି ସମୟ ଭିତରେ ଠେଙ୍ଗା, ବର୍ଚ୍ଚା, ଭୁଜାଲି, ଟାଙ୍ଗିଆ ଭଳି ମାରଣାସ୍ତ୍ର ଧରି ଧସେଇ ପସି ଆକ୍ରମଣ କରିଥିଲେ।

publive-image Sambad

ତେଣୁ ଜୀବନ ବିକଳରେ ଆମେ ସମସ୍ତେ ଜାଗା ଛାଡିବାକୁ ବାଧ୍ୟ ହେଲୁ। ତେଣୁ ଆମ ଅଂଚଳର ବିକାଶ, ବେକାର ଯୁବକଯୁବତୀ ମାନଙ୍କ ନିଯୁକ୍ତି, ରାସ୍ତା ଘାଟ, ବିଜୁଳି ଓ ସ୍ୱାସ୍ଥ୍ୟର ଉନ୍ନତି ସକାଶେ ମାଳି ପର୍ବତରେ ଖଣି ଖନନ କରାଯାଉ। ତୁରନ୍ତ ଆତଙ୍କରାଜକୁ ନ ଡରି କିଛି ଅସାମାଜିକ ଲୋକଙ୍କୁ ଅଂଚଳରୁ ବାହାର କରି ପୁନର୍ବାର ଖଣି ଖନନ ପାଇଁ ସରକାର ଦୃଷ୍ଟି ଦିଅନ୍ତୁ। ସମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ପରିବେଶ ପାଇଁ ଜନଶୁଣାଣୀ କରି ଅଂଚଳର ବିକାଶ ପାଇଁ ଖଣି ଖନନ କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯାଉ ବୋଲି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଦାବିପତ୍ର ଗ୍ରହଣ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe