ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ବିଧାୟକଙ୍କୁ ଅନୁରୋଧ କଲେ କଳିଙ୍ଗା ଗ୍ରାମବାସୀ

ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ବିଧାୟକଙ୍କୁ ଅନୁରୋଧ କଲେ କଳିଙ୍ଗା ଗ୍ରାମବାସୀ
ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମ ପଞ୍ଚାୟତ ର ୧୬ ନମ୍ବର ୱାର୍ଡ ପାହାଡ଼ ପର୍ବତ ଘେରା ଘଞ୍ଚ ଜଙ୍ଗଲ ମଝିରେ ରହିଛି ରେଟୁଡ଼ି ଗ୍ରାମ ଓ ୦୧ ନମ୍ୱର୍ ୱାର୍ଡ ଗଦିଙ୍ଗିଆ ଗ୍ରାମକୁ  ପକ୍କା ରାସ୍ତା ନିର୍ମାଣ କରିବା ଏବଂ  ଯାତ୍ରୀମାନଙ୍କ ନିମନ୍ତେ କଳିଙ୍ଗା ଛକରେ ଏକ ସୌରଚାଳିତ ସୋଲାର ପାଣି ଟାଙ୍କି ବସାଇବା ସହିତ ଆକ୍ବାଗାର୍ଡ ବସାଇବା ନିମନ୍ତେ  ଆଜି କଳିଙ୍ଗା ଗ୍ରାମବାସୀ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ପତ୍ର ଦେଇ ଅନୁରୋଧ କରିଛନ୍ତି।
କୁରୁମିଙ୍ଗିଆ ଗ୍ରାମର ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ଠାରୁ ମାତ୍ର ତିନି କିଲୋମିଟର ମଧ୍ୟରେ ରହିଛି ରେଟୁଡି ଗ୍ରାମ ୧୩୦ରୁ ଊର୍ଦ୍ଧ୍ବ' ଜନସଂଖ୍ୟା ଏବଂ  କଳିଙ୍ଗା ୧୫୭ ନଂ ଜାତୀୟ ଗଦିଙ୍ଗିଆ ଛକ ଯାତ୍ରୀ ବିଶ୍ରାମ ଗାର ଠାରୁ ଗଦିଙ୍ଗିଆ ଗ୍ରାମ ପର୍ଯ୍ୟନ୍ତ ମାତ୍ର ୨ କିଲୋମିଟର ହେଉଥିବା ବେଳେ ଗଦିଙ୍ଗିଆ ଗ୍ରାମରେ ମୋଟ ୩୫ ପରିବାରର ପାଖାପାଖି ୧୦୦ ଲୋକ ବସବାସ କରୁଛନ୍ତି। ଏହି ଦୁଇଟି ଗ୍ରାମ ଜଙ୍ଗଲ ମଝିରେ ରହିଥିବାରୁ ଏହି ଗ୍ରାମ ପ୍ରତି କୌଣସି ଅଧିକାରୀ କିମ୍ବା ଜନ ପ୍ରତିନିଧି ଦୃଷ୍ଟି ଦେଉନାହାନ୍ତି। ଯାହାଫଳରେ ସରକାରଙ୍କ ବିଭିନ୍ନ ଯୋଜନାରୁ ଗ୍ରାମବାସୀ ବଞ୍ଚିତ ରହୁଛନ୍ତି।
ଏହି ଦୁଇଟି ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ରାସ୍ତା ଭଲ ରାସ୍ତା ନଥିବାରୁ  ନିହାତି ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ସେବା ମଧ୍ୟ ଗ୍ରାମବାସୀ ପାଇ ପାରୁ ନାହାନ୍ତି। ଏଣୁ ଆଜି ଅଞ୍ଚଳବାସୀ ଦୃଢ଼ ବିଶ୍ବାସ ଓ ଭରଷା ନେଇ ନିଜ ଗ୍ରାମର ସମସ୍ୟା ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ମାନ୍ୟବର ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମହୋଦୟ ଙ୍କ ନିକଟକୁ ଯାଇ ଅନୁରୋଧ କରିଛନ୍ତି ଏବଂ ବିଧାୟକ ମଧ୍ୟ ଅଞ୍ଚଳବାସୀ ଙ୍କ ସମସ୍ୟା କୁ ହୃଦୟଙ୍ଗମ କରି ଯଥାଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ଗ୍ରାମ ବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe