ରାୟଗଡ଼ା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶୁଙ୍ଗେର ପଞ୍ଚାୟତ ବିରଵାଫୁଲ ଗାଁରେ କୌଣସି କାରଣ ଯୋଗୁଁ ବିଦ୍ୟୁତ୍ ଟ୍ରାନ୍ସଫରମର ଖରାପ ହୋଇ ଯାଇଥିଲା। ପୁଣି ଗାଁରେ କିଛି ବିଦ୍ୟୁତ ବିଲ ବକେୟା ଥିବା ହେତୁ ସେହି ଗାଁକୁ ଆଉ ଟ୍ରାନ୍ସଫରମର ବିଦ୍ୟୁତ ବିଭାଗ ଦେଇନଥିଲା। ଦୀର୍ଘ ଦିନ ହେଲା ବିଜୁଳି ନଥିବା କାରଣରୁ ଗାଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ପିଲାମାନଙ୍କ ପାଠପଢା ବାଧାପ୍ରାପ୍ତ ହେଉଥିଲା ତେବେ ଗାଁ ଲୋକେ ଏକତ୍ର ହୋଇ ବିଦ୍ୟୁତ ସଂଯୋଗ ନେଇବାରମ୍ବାର ବିଭାଗ ନିକଟରେ ଗୁହାରି କରି ଥକିଯାଇଥିଲେ। ଶେଷରେ ଲୋକମାନେ ମୈତ୍ରୀ ଇଫ୍ରାଷ୍ଟ୍ରକଚର ଓ ମାଇନିଂ ପ୍ରାଇଭେଟ ଲିମିଟେଡର ଅଧକ୍ଷ ଟି.ଶ୍ରୀନିବାସ ରାଓଙ୍କୁ ଭେଟି ଅସୁବିଧା ବିଷୟରେ ଗୁହାରି କରିଥିଲେ।
ଶ୍ରୀ ରାଓ ଏ ସଂପର୍କରେ ଜାଣିବା ପରେ ତଦନ୍ତ କରି ତୁରନ୍ତ ସାହାୟତାର ହାତ ବଢ଼ାଇଥିଲେ। ମୈତ୍ରୀ କମ୍ପାନି ତରଫରୁ ଗାଁକୁ ଟ୍ରାନ୍ନଫରମର ବସାଯାଇଥିଲା। ଲୋକେ ପୁଣି ବିଜୁଳି ପାଇଲେ। ଏହି ଭଲ କାମ କରିଥିବାରୁ ଗାଁ ଲୋକମାନେ ମୈତ୍ରୀ କମ୍ପାନିକୁ ଧନ୍ୟବାଦ ଜଣାଇଥିଲେ। ଆଜିର ଏହି କାର୍ଯ୍ୟକର୍ମରେ ଗାଁ ଲୋକ ସହ ମୈତ୍ରୀ କମ୍ପାନିର କର୍ମଚାରୀ ପିଆରଓ ପୃଷ୍ଟି ଦୁରିଆ ଓ ସିଏସଆର ମ୍ୟାନେଜର ନିହାର ରଞ୍ଜନ ସ୍ୱାଇଁ ଉପସ୍ଥିତ ଥିଲେ। ଏହିପରି ଉନ୍ନତିମୂଳକ କାର୍ଯ୍ୟ କରୁଥିବାରୁ ବହୁ ମହଲରେ ମୈତ୍ରୀକୁ ସ୍ୱାଗତ କରାଯାଇଛି।
Follow Us