ପିଡ଼ିଏସ ଚାଉଳ ନେବା ପାଇଁ ବିପଦପୂର୍ଣ୍ଣ ଅବସ୍ଥାରେ ନାଳ ପାର ହେଉଛନ୍ତି ଲୋକେ

Advertisment
ପିଡ଼ିଏସ ଚାଉଳ ନେବା ପାଇଁ ବିପଦପୂର୍ଣ୍ଣ ଅବସ୍ଥାରେ ନାଳ ପାର ହେଉଛନ୍ତି ଲୋକେ

ମାଲକାନଗିରି: ପିଡିଏସ ଚାଉଳ ନେବାପାଇଁ ନିଜ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଅବସ୍ଥାରେ ନାଳ ପାର ହେଉଛନ୍ତି ଲୋକେ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳର ବଡ଼ପଡା ପଞ୍ଚାୟତର ମାଳିଗୁଡାଠାରେ ଏପରି ଘଟଣା ଦେଖିବାକୁ ମିଳିଛି । ଦୁର୍ଗମ ପାହାଡ଼ ବଣ ଜଙ୍ଗଲ ଘେରା ଧୂଳିଫୁଟ ପଞ୍ଚାୟତ ଆଜି ବି ଚିତ୍ରକୋଣ୍ଡା ବ୍ଲକଠାରୁ ବିଛିନ୍ନ ହୋଇରହିଛି । ଧୂଳିଫୁଟ ପଞ୍ଚାୟତରେ ରହିଛି ୧୮ରୁ ଉର୍ଦ୍ଧ୍ବ ଗ୍ରାମ । ଏହି ଗ୍ରାମଗୁଡିକରେ ବାସ କରନ୍ତି ୪ହଜାର ରୁ ଉର୍ଦ୍ଧ୍ବ ଲୋକେ । ଆଜି ବି ଧୂଳିଫୁଟ ପଂଚାୟତବାସୀ ଦେଶୀ ଡଙ୍ଗା ଓ ଘୋଡା ଉପରେ ନିର୍ଭରଶୀଳ । ଅଂଚଳରେ ବାସ କରୁଥିବା ଲୋକେ ସରକାରଙ୍କ ତରଫରୁ ମିଳୁଥିବା ପିଡିଏସ ସାମଗ୍ରୀ ଓ ନିଜ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ମାଳିଗୁଡା ନାଳ ପାର ହୋଇ ବାଡ଼ପଡା ଓ ଚିତ୍ରକୋଣ୍ଡାକୁ ଆସିଥାନ୍ତି।

ବର୍ଷା ଦିନ ଛାଡି ଅନ୍ୟ ଦିନରେ ନାଳରେ ପାଣି କମ ଥାଏ, କିନ୍ତୁ ବର୍ଷା ଦିନ ଏହି ନାଳରେ ପ୍ରଖର ବେଗରେ ପାଣି ପ୍ରଭାବିତ ହୋଇଥାଏ। ନାଳ ପାର ହେବା ସମୟରେ ପ୍ରଖର ସ୍ରୋତରେ ଭାସି ଯିବା ସହ ଦେଶୀ ଡଙ୍ଗା ବୁଡି ବହୁ ଲୋକଙ୍କ ଜୀବନ ଚାଲି ଯାଇଥିବାର ଏଠାରେ ନଜିର ରହିଛି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଏହି ଅଂଚଳରେ ରାସ୍ତା ଘାଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ୩ବର୍ଷ ପରେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ ।

publive-image

ଗତବର୍ଷ ଠାରୁ ଏହି ମାଳିଗୁଡା ନାଳରେ ୯କୋଟି ଟଙ୍କା ବ୍ୟୟରେ ଏକ ପୋଲ କାମ ନିର୍ମାଣ ନିମନ୍ତେ ଯୋଜନା କରାଯାଇଥିଲେ ସୁଦ୍ଧା ପୋଲର ଡିଜାଇନରେ ପରିବର୍ତ୍ତନ ଓ ଜାଗାର ପରିବର୍ତ୍ତନ ଯୋଗୁଁ ତାହା ଆରମ୍ଭ ହୋଇ ପାରୁନାହିଁ । ତୁରନ୍ତ ପ୍ରଶାସନ ପଦକ୍ଷେପ ନେଇ ପୋଲ କାମକୁ ତ୍ୱରାନ୍ୱିତ କଲେ ଧୂଳିଫୁଟ ପଂଚାୟତରେ ବସବାସ କରୁଥିବା ହଜାର ହଜାର ପଂଚାୟତବାସୀ ଉପକୃତ ହେବା ସହ ସ୍ୱାଭିମାନ ଅଂଚଳରେ ଚାଲିଥିବା ଚାଲିଥିବା ବିକାଶ କାର୍ଯ୍ୟର ପ୍ରକୃତ ବିକାଶ ହୋଇପାରିବ ବୋଲି ଧୂଳିଫୁଟ ପଞ୍ଚାୟତବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe