ବିଦ୍ୟୁତ୍‌ ସମସ୍ୟା ପ୍ରତିବାଦରେ ରାସ୍ତା ଅବରୋଧ, ୩ ଘଣ୍ଟା ଧରି ଯାତାୟାତ ଠପ୍

ବିଦ୍ୟୁତ୍‌ ସମସ୍ୟା ପ୍ରତିବାଦରେ ରାସ୍ତା ଅବରୋଧ, ୩ ଘଣ୍ଟା ଧରି ଯାତାୟାତ ଠପ୍

ଲାଞ୍ଜିଗଡ଼: ବିଦ୍ୟୁତ୍‌ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କନ୍ଦସାର୍ଲି ଗ୍ରାମବାସୀ ଶୁକ୍ରବାର ରାସ୍ତା ଅବରୋଧ କରିଥିଲେ। ବିଶ୍ୱନାଥପୁରରୁ କଲ୍ୟାଣସିଂହପୁର ରାସ୍ତା ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କୁମାରଗୁଡ଼ାରୁ କନ୍ଦସାର୍ଲି ଗାଁକୁ ସଂଯୋଗ କରୁଥିବା ବିଦ୍ୟୁତ୍‌ ତାର ୩ ମାସ ହେଲା ଛିଣ୍ଡି ଯାଇଛି। ବାରମ୍ବାର ଅଭିଯୋଗ କଲେ ବି ବିଦ୍ୟୁତ ବିଭାଗର କର୍ମଚାରୀ ଶୁଣୁନାହାନ୍ତି। ବର୍ତ୍ତମାନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଲାଗି ରହିଛି। ବିଦ୍ୟୁତ୍‌ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଉଛି। ତେଣୁ ଶୁକ୍ରବାର ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ୩ ଘଣ୍ଟା ଧରି ଯାତାୟାତ ଠପ୍ ହେବାରୁ ବିଦ୍ୟୁତ୍‌ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଛିଣ୍ଡିଥିବା ବିଦ୍ୟୁତ୍‌ ତାର ସଂଯୋଗ କରିବା ପରେ ଲୋକେ ରାସ୍ତାରୁ ହଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe