ନକ୍ସଲ ହିଂସା: ପୁଲିସ ଇନ୍‌ଫରର୍ମର ସନ୍ଦେହରେ ପ୍ରଜାକୋଟରେ ଦଣ୍ଡ, ୧୦ଦିନରେ ୪ ଗ୍ରାମବାସୀଙ୍କୁ ହତ୍ୟା

Advertisment
ଅପରେସନ୍‌ରେ ବାହାରିଥିବା ଟିମ୍‌ ଉପରେ ଆକ୍ରମଣ; ବିସ୍ଫୋରଣରେ ଜଣେ ଯବାନ୍‌ ଆହତ, ଛତ୍ରଭଙ୍ଗ ଦେଲେ ମାଓବାଦୀ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ନକ୍ସଲ ହିଂସା ଥମିବାର ନାମ ନେଉ ନାହିଁ। ଆଜି ପୁଣି ଜଣେ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ନକ୍ସଲ ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲାର କୁଟୁର ଅଞ୍ଚଳର କୁତେଲନାର ଗ୍ରାମରେ ଗତକାଲି ରାତ୍ରିରେ ସଶସ୍ତ୍ର ନକ୍ସଲ ପହଞ୍ଚି ଥିଲେ। ଏହି ଗ୍ରାମର ଜଗତ ସୋରୀ ନାମକ ବ୍ୟକ୍ତିଙ୍କ ଘରକୁ ଯାଇ ତାଙ୍କୁ ଉଠାଇ ଥିଲେ। ସେ ଉଠିବା ପରେ ତାକୁ ଜଙ୍ଗଲକୁ ଟାଣି ନେଇଥିଲେ। ପୁଲିସ ଇନଫର୍ମର କାମ କରୁଥିବା ନେଇ ପ୍ରଜାକୋର୍ଟରେ ଦୋଷୀ ସାବ୍ୟସ୍ତ କଲେ। ଏହାପରେ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ। ପରେ ଜଗତକୁ ମୃତ୍ୟୁଦଣ୍ଡ ଦେବା ନେଇ ନକ୍ସଲ ଘୋଷଣା କରି ଅତି ନିର୍ମମ ଭାବେ ହତ୍ୟା କରି ଗ୍ରାମର ରାସ୍ତାରେ ହିଁ ଫିଙ୍ଗି ଦେଇଥିଲେ।

publive-image Sambad

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ଏପରିକି ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଏସଡିପିଓ ଅଭିନବ ଉପାଧ୍ୟୟ ପ୍ରକାଶ କରିଛନ୍ତି। ଲଗାତାର ବିଜାପୁର ଅଞ୍ଚଳରେ ନକ୍ସଲ ନିଜର ଉପସ୍ଥିତି ଜାହିର କରିବା ପାଇଁ ନିରୀହ ଗ୍ରାମୀଣଙ୍କୁ ହତ୍ୟା କରିବାରେ ପଛାଉନଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ନକ୍ସଲମାନେ ଚଳିତ ମାସ ୨ ତାରିଖରେ ଜଣଙ୍କୁ ପ୍ରଜାକୋଟରେ ନିର୍ମମ ଭାବେ ହତ୍ୟା କରିଥିଲେ। ସେହିପରି ୭ ତାରିଖରେ ଅନ୍ୟ ୨ ଜଣଙ୍କୁ ହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe