ଶୁଣିଲାନି ପ୍ରଶାସନ, ପୋଖରୀ ସଫାକଲେ ଗ୍ରାମବାସୀ

Advertisment
ଶୁଣିଲାନି ପ୍ରଶାସନ, ପୋଖରୀ ସଫାକଲେ ଗ୍ରାମବାସୀ

ଧର୍ମଗଡ଼: ଛଞ୍ଚାଣବାହାଲି ପଞ୍ଚାୟତ ଚନାମୁଣ୍ଡା ଗ୍ରାମର ପୋଖରୀକୁ ଗ୍ରାମବାସୀ ସଫେଇ କରିଛନ୍ତି। ଗାଁର ଏକମାତ୍ର ପୋଖରୀଟି ଦୀର୍ଘ ଦିନରୁ ପୁନରୁଦ୍ଧାର ନହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା। ଫଳରେ ସ୍ନାନଶୌଚାଦି ପାଇଁ ଲୋକେ ବହୁ ଅସୁବିଧା ଭୋଗୁଥିଲେ। କିଛି ଲୋକ ବାଧ୍ୟ ହୋଇ ସେହି ପାଣିକୁ ବ୍ୟବହାର କରି ଚର୍ମରୋଗରେ ଆକ୍ରାନ୍ତ ହୋଇଥିଲେ।

ପୋଖରୀ ପୁନରୁଦ୍ଧାର ପାଇଁ ଗ୍ରାମବାସୀ ପଂଚାୟତ ଓ ବ୍ଲକ୍ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କୁ ବହୁବାର ଜଣାଇଥିଲେ ମଧ୍ୟ କେହି ଶୁଣିନଥିଲେ। ଶେଷରେ ଗ୍ରାମବାସୀ ଅଣ୍ଟା ଭିଡ଼ି ପୋଖରୀ ସଫେଇ କରିଛନ୍ତି। ଏହି କାର୍ଯ୍ୟରେ ଦୟାନିଧି କାଣ୍ଡ, ଡିଙ୍ଗର ନାଏକ, ନରେନ୍ଦ୍ର ନାଏକ, ଲକ୍ଷ୍ମଣ କାଣ୍ଡ, ସୁବାସ ନାଏକ, ରାଜମୋହନ ବାଗ, ସୁନୀଲ ରଣା, ନରହରି ବାଗ, ଅକ୍ରୂର ରଣା, ପଙ୍କଜ ନାଏକ, କ୍ଷିତି ବାଗ, ମୋହନ ମାଝୀ, କୀର୍ତ୍ତନ ନାଏକ, ବିପିନ ପୋଢ଼, ଗୋପାଳ ରଣାଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe