Business Standard
ରାୟଗଡା: ଉତ୍କଳ ଆଲୁମିନା ଠାରେ କାରଖାନା ପ୍ରଭାବିତ ଡିମୁଣ୍ଡି ଗ୍ରାମବାସୀ ଶୁକ୍ରବାର ଧାରଣା ଦେଇଛନ୍ତି। ଡି.ପି ଘୋଷଣା ପାଇଁ ଗ୍ରାମବାସୀ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। ଆଜି ଡିଏଲସିଙ୍କ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ ଗ୍ରାମବାସୀ ଧାରଣାରେ ବସିଛନ୍ତି। କାରଖାନାର ମୁଖ୍ୟ ଫାଟକ ଆଗରେ ପୁଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି। ଲୋକଙ୍କ ପଥର ମାଡ଼ରେ ଏସ୍ପି ସାମାନ୍ୟ ଆହତ ହୋଇଛନ୍ତି। କାରଖାନା ଠାରୁ ଗାଁ ୧୦୦ ମିଟର ଭିତରେ ଥିବାରୁ ଲୋକେ ବିସ୍ଥାପନ ଦାବି କରୁଛନ୍ତି।
Follow Us