ନିଜେ ଖୋଳିଲେ ଦେଢ କିମି କେନାଲ, ନିଜ ଜମିକୁ ପାଣି ଆଣିଲେ ଗ୍ରାମବାସୀ

ନିଜେ ଖୋଳିଲେ ଦେଢ କିମି କେନାଲ, ନିଜ ଜମିକୁ ପାଣି ଆଣିଲେ ଗ୍ରାମବାସୀ

Sambad

ରାୟଗଡା: କଥାରେ ଅଛି ନିଜେ ନମଲେ ସ୍ବର୍ଗ ଦେଖି ହେବ ନାହିଁ। ଏହି ଉକ୍ତିକୁ ଯଥାର୍ଥ କରିଛନ୍ତି ରାୟଗଡା ଜିଲ୍ଲାର କାଶିପୁର ବ୍ଲକର ମାଇକଞ୍ଚ ପଞ୍ଚାୟତର କୁଟୁରଝିରି ଗ୍ରାମବାସୀ। କୁଟୁରୁଝିରି ଗ୍ରାମରେ ଜଳସେଚନ ଅଭାବରୁ ପଡିଆ ପଡିଥିଲା ଏକର ଏକର ଜମି। ବର୍ଷା ଛାଡିଲେ ଅନ୍ୟ ଋତୁରେ ଦୁବଟିଏ ମଧ୍ୟ କଉଁଳୁନଥିଲା। ଜମିକୁ ଜଳ ଯୋଗାଣ ଲାଗି ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ଗୁହାରି କରି ଥକିବା ପରେ ଶେଷରେ ଗ୍ରାମବାସୀ ନିଜେ ଶ୍ରମଦାନ କରି ଦେଢ କିଲୋମିଟର କେନାଲ ଖୋଳି ଜମିକୁ ଆଣିଛନ୍ତି ପାଣି। ପ୍ରଶାସନର ଅଣଦେଖା ପରେ ନିଜ ଦୁଃଖକୁ ନିଜେ ହରିଥିବା ଗ୍ରାମବାସୀ ହେଉଛନ୍ତି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ କୁଟୁରୁଝିରି ଗ୍ରାମବାସୀ। ଗ୍ରାମର ଅଧିକାଂଶ ଏକର ଏକର ଚାଷ ଜମିରେ କୌଣସି ଜଳସେଚନର ସୁବିଧା
ନାହିଁ। ଫଳରେ ବର୍ଷା ଦିନକୁ ଛାଡିଲେ ଅନ୍ୟ କୌଣସି ଋତୁରେ ଜମିରେ ଚାଷ କାର୍ଯ୍ୟ ହୋଇ ପାରୁନଥିଲା। ଏ ନେଇ ବାରମ୍ବାର ଲୋକ ପ୍ରତିନିଧି ଓ ପ୍ରଶାସନକୁ ଗୁହାରି କରି ନୟାନ୍ତ ହୋଇଥିଲେ ଗ୍ରାମବାସୀ। ଶେଷରେ ଗାଁ ନକଟରେ ଥିବା ନାଳ ପାଣିକୁ ଜମିରେ ମଡାଇବା ପାଇଁ ଗ୍ରାମବାସୀ ମାନେ ଶ୍ରମଦାନ କରି ହାତରେ ଶାବଳ, କୋଡି ଧରି ଦେଢ କିଲୋମିଟର କେନାଲ ଖୋଳିଥିଲେ।

publive-image Sambad

ଖୋଳା ଶେଷ ହେବା ପରେ ଜମିରେ ପାଣି ପହଞ୍ଚେଇବାରେ ସକ୍ଷମ ହୋଇଥିଲେ। ଜମିରେ ପାଣି ପହଞ୍ଚିବା ପରେ ଗ୍ରାମବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହେବା ସହ ଚାଷ କାର୍ଯ୍ୟ ସ୍ବାଭାବିକ ହୋଇଛି। ବର୍ତ୍ତମାନ ଜମିରେ ପନିପରିବା ସହ ବିଭିନ୍ନ ରକମର ଫସଲ ଚାଷ କରୁଛନ୍ତି ଗ୍ରାମବାସୀ। ଯେଉଁ ଜମିରେ ପାଣି ଅଭାବରୁ ଦୁବଟିଏ ମଧ୍ୟ କଅଁଳୁନଥିଲା ସେହି ଜମି ଏବେ ସବୁଜ ଜିମାରେ ଭରପୁର ହୋଇ ରହିଛି।ସ୍ଥାୟୀ କେନାଲ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ପ୍ରଶାସନକୁ ଗୁହାରି କରିଛନ୍ତି। ଏହି ଅଞ୍ଚଳ ଦୁର୍ଗମ ହେବା ସହ ସରକାରୀ ବାବୁ ଏବଂ ରାଜନେତାଙ୍କ ପାଦ ପଡେ ନାହିଁ। ନିର୍ବାଚନ ଆସିଲେ ସବୁ ନେତା କିନ୍ତୁ ଗ୍ରାମରେ ପହଞ୍ଚି ମାଳ ମାଳ ସୁବିଧାର ପ୍ରଲଭୋନ ଦେଖାଇ ଲୋକଙ୍କ ଠାରୁ ଭୋଟ ନେବାରେ ସଫଳ ହୋଇଥାନ୍ତି। ପରେ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇନଥାନ୍ତି ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଥିଲେ। ଏ ନେଇ କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଯଦି ଏହା ଏକସନ ପ୍ଲାନରେ ଥାଏ ତାହାହେଲେ ଏହାର ତୁରନ୍ତ କାର୍ଯ୍ୟକାରୀ କରାଯିବ ନଚେତ ଏକସନ ପ୍ଲନ ରଖି କାର୍ଯ୍ୟକାରୀ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe