ପଡକଲୋନୀ ଗାଁକୁ ନାହିଁ ରାସ୍ତା, ନାଳ ରାସ୍ତାକୁ ମରାମତି କଲେ ଗ୍ରାମବାସୀ

ପଡକଲୋନୀ ଗାଁକୁ ନାହିଁ ରାସ୍ତା, ନାଳ ରାସ୍ତାକୁ ମରାମତି କଲେ ଗ୍ରାମବାସୀ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର କୁଡୁମୁଲୁଗୁମ୍ମା ପଞ୍ଚାୟତରେ ଅଛି ପଡକଲୋନୀ ଗ୍ରାମ। ପଞ୍ଚାୟତ ସଦର ମହକୁମା ଠାରୁ ଏହି ଗ୍ରାମ ମାତ୍ର ଏକ କିଲୋମିଟର। ଯେଉଁ ରାସ୍ତା ଦେଇ ଗ୍ରାମବାସୀ ଦୀର୍ଘ ବର୍ଷ ଧରି ଯିବା ଆସିବା କରୁଥିଲେ ସେହି ରାସ୍ତାରେ ଆଦର୍ଶ ବିଦ୍ୟାଳୟ ହେବା ପରେ ସେହି ରାସ୍ତାକୁ ବନ୍ଦ କରିଦିଆଗଲା। ଲୋକେ ବାଧ୍ୟ ହୋଇ ତିନି କିଲୋମିଟର ଦେଇ ଏକ ନାଳ ରାସ୍ତା ଦେଇ ପଞ୍ଚାୟତ ସଦର ମହକୁମାକୁ ଯିବା ଆସିବା କରୁଛନ୍ତି। ତେବେ ଏହି ନାଳ ରାସ୍ତାରେ ମଧ୍ୟ ଯିବା ଆସିବା କରିବା ଏକ ପ୍ରକାର ଅସୁବିଧା ହେଉଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଏହାକୁ ମରାମତି କରିଛନ୍ତି। ପଡକଲୋନୀ ଗ୍ରାମକୁ ରାସ୍ତା ଦେବା ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କହିଥିଲେ।

publive-image Sambad

ବାରମ୍ବାର କହିବା ପରେ ମଧ୍ୟ କେହି ଶୁଣୁନଥିବାରୁ ଲୋକେ ବାଧ୍ୟ ହୋଇ ଏହି କଦର୍ଯ୍ୟ ନାଳ ରାସ୍ତାକୁ ମରାମତି କରି ଯିବା ଆସିବା କରିବାକୁ ବାଧ୍ୟ ହେଉଥିବା କହିଥିଲେ। ତେବେ ବିଶେଷକରି ରୋଗୀଙ୍କୁ ଗାଁରୁ ମେଡିକାଲ ପର୍ଯ୍ୟନ୍ତ ନେବାକୁ ବହୁ କଷ୍ଟ ହେଉଥିବା ଗ୍ରାମବାସୀ କହନ୍ତି। ତେବେ ଯଦି ପ୍ରଶାସନ ତରନ୍ତ ଆମ ଦାବିକୁ ଗ୍ରହଣ ନକରନ୍ତି ତେବେ ବର୍ଷ ବର୍ଷ ଧରି ଯେଉଁ ରାସ୍ତାକୁ ଆମେ ବ୍ୟବହାର କରୁଥିଲୁ ସେହି ରାସ୍ତା ହିଁ ବ୍ୟବହାର କରିବୁ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏହି ନାଳ ରାସ୍ତାରେ ଯଦି କାଦୁଅ ଭର୍ତ୍ତି ହୋଇଯାଏ ତେବେ ଅନ୍ୟ ଏକ ଗାଁ ଦେଇ ଯିବାକୁ ପଡୁଥିବା କହନ୍ତି। ତେବେ ସେହି ରାସ୍ତାରେ ମଧ୍ୟ ମାଟି ପକାଇ ଦେଇଥିବାରୁ ବର୍ଷାରେ ଏବେ ଆଣ୍ଟୁଏ କାଦ ହୋଇଥିବା ଲୋକେ କହିଛନ୍ତି। ତେବେ ଏହି ନାଳ ରାସ୍ତାକୁ ମରାମତି କରି ଏହି ରାସ୍ତା ଏବେ ବ୍ୟବହାର କରିବେ ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe