Advertisment

କ୍ରସର ହଟାଇବାକୁ ଅଣ୍ଡା ଓ ନନ୍ଦା ଭାଙ୍ଗି ଶପଥ ନେଲେ ଗ୍ରାମବାସୀ

Advertisment
କ୍ରସର ହଟାଇବାକୁ ଅଣ୍ଡା ଓ ନନ୍ଦା ଭାଙ୍ଗି ଶପଥ ନେଲେ ଗ୍ରାମବାସୀ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତର ଖରଭୂଇଁ ଅଞ୍ଚଳରୁ କ୍ରସର ଓ ପଥର କ୍ୟୁରୀ ହଟାଇବାକୁ ଅଣ୍ଡା ଓ ନନ୍ଦା ଭାଙ୍ଗି ବଜ୍ର ଶପଥ ନେଲେ ଅଞ୍ଚଳବାସୀ।ବାରମ୍ବାର ପ୍ରଶାସନକୁ ଅନୁରୋଧ ଅନୁରୋଧ, ରାଲି ଶୋଭାଯାତ୍ରା, ରାସ୍ତାରୋକ, ଆନ୍ଦୋଳନ, ଧର୍ମଘଟ ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ଶେଷରେ ନିଜ ତାକତରେ କ୍ରସର ଓ ପଥରକ୍ୟୁରୀ ହଟାଇବାକୁ ଶନିବାର ଗ୍ରାମରେ ବସବାସ କରୁଥିବା ଗ୍ରାମବାସୀ ସପରିବାର ଖରଭୁଇଁ ଠାକୁରାଣୀ ଗୁଡିରେ ଏକତ୍ରିତ ହୋଇ ଅଣ୍ଡା ଓ ନନ୍ଦା ଭାଙ୍ଗି ବଜ୍ର ଶପଥ ନେଇଥିବା ଜଣାପଡିଛି।ଆଜି ସ୍ଥାନରେ ୯ନଂ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ ଏବଂ ଛତ୍ରଙ୍ଗ ସୁଶିଲ ପ୍ରଧାନଙ୍କ ସମେତ ସମସ୍ତ ଗ୍ରାମବାସୀ ଆଲୋଚନା କରି ଶେଷରେ କାହାରି କଥା ନଶୁଣି ନିଜ ତାକତରେ ଏହାକୁ ବନ୍ଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।ଯିଏ ଏଥିରେ ସହଯୋଗ କରିବ ନାହିଁ ତାକୁ ନିଆଁ ପାଣି ବାସନ୍ଦ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ଚରମ ନିଷ୍ପତ୍ତି ନେବା ଘଟଣା ବିଭିନ୍ନ ମହଲରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।ଆଗାମୀ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଗ୍ରାମବାସୀ ଓ ପ୍ରଶାସନ ମୁହାଁମୁହିଁ ହେବାଭଳି ସ୍ଥିତି ଉପୁଜିଥିବାରୁ ଏହା ଆଗକୁ କେଉଁ ମୋଡ଼ ନେଉଛି ଦେଖିବାକୁ ବାକି ରହିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe