ଘରଡିହ ପଟ୍ଟା ନାହିଁ ତ ଭୋଟ ନାହିଁ ବୋଲି ଧମକ ଦେଲେ ପୌର ପରିଷଦର ୩ ନମ୍ବର ୱାର୍ଡବାସୀ

ଘରଡିହ ପଟ୍ଟା ନାହିଁ ତ ଭୋଟ ନାହିଁ ବୋଲି ଧମକ ଦେଲେ ପୌର ପରିଷଦର ୩ ନମ୍ବର ୱାର୍ଡବାସୀ

Sambad

ମାଲକାନଗିରି: ମାଲକାନଗିରି ପୌର ପରିଷଦରେ ଏବେ ପୌର ନିର୍ବାଚନକୁ ନେଇ ମାହୋଲ ସରଗରମ ହୋଇ ଉଠିଛି। ବିଭିନ୍ନ ସ୍ଥାନରେ ପୌର ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆରେ ଆଶାୟୀ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଲୋକେ ମଧ୍ୟ ପସନ୍ଦ କରୁଥିବା ବେଳେ କିଛି ସ୍ଥାନରେ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ଏହି କ୍ରମରେ ଆଜି ମାଲକାନଗିରି ପୌର ପରିଷଦ ଅଧିନରେ ରହିଥିବା ଓ୍ବାର୍ଡ଼ ନମ୍ବର ୩ର ସାହିବାସିନ୍ଦା ଦୀର୍ଘଦିନ ଧରି ଘରଡିହ ପଟ୍ଟା ପାଇଁ ଦାବି କରିଆସୁଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଅଭିଯୋଗ କରିଥିଲେ। ପୌର ପରିଷଦ ଅଧିନରେ ରହିଥିବା ଅନ୍ୟ ୱାର୍ଡର ଲୋକଙ୍କୁ ଘରଡିହ ପଟ୍ଟା ମିଳିସାରିଥିବା ବେଳେ ଏହି ଓ୍ବାର୍ଡ଼ର ଜଣେ ବି ଲୋକ ଘରଡିହ ପଟ୍ଟା ପାଇ ପାରିନାହାଁନ୍ତି। ଯାହାକୁ ନେଇ ଆଜି ତୀବ୍ର ଉତ୍ତେଜନା ଓ୍ବାର୍ଡ଼ରେ ଲାଗି ରହିଥିଲା। ଲୋକେ ଆସନ୍ତା ପୌର ନିର୍ବାଚନରେ ଆଦୌ ଭୋଟ ଦେବେ ନାହିଁ ବୋଲି ଶପଥ ନେଇଛନ୍ତି। ଏପରିକି ଲୋକଙ୍କ ସମସ୍ୟା ସମାଧାନ ନହେଲେ ଏହା ବିରୋଧରେ ପ୍ରଚାର ମଧ୍ୟ କରିବାକୁ ପଛେଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

publive-image Sambad

ପ୍ରଥମେ ଘରଡିହ ପଟ୍ଟା ତାପରେ ଭୋଟ ବୋଲି ୱାର୍ଡବାସୀ କହିଛନ୍ତି। ୩ ନମ୍ବର ୱାର୍ଡରେ ରହିଥିବା ସାହି ଗୁଡିକ ମିଳିମିଶି ଆଜି ଶପଥ ନେଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏହି ୩ ନମ୍ବର ୱାର୍ଡରେ ଅତି ଗରିବ ଶ୍ରେଣୀର ଲୋକେ ରହୁଛନ୍ତି। ଯେଉଁମାନେ ଦିନ ମଜୁରିଆ ବା ନିଜର କୌଳିକ ବୃତ୍ତିକୁ ଆପଣେଇ ବଞ୍ଚିଛନ୍ତି। କିନ୍ତୁ ପ୍ରଶାସନ ତରଫରୁ ଆଜି ପର୍ଯ୍ୟନ୍ତ ଅଣଦେଖା କରାଯାଉଛି। ପୌର ପରିଷଦର ସମସ୍ତ ଅଞ୍ଚଳରେ ଘର ଥିବା ଲୋକଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଗଲା। ସେମାନେ ଧନୀ ଶ୍ରେଣୀର ହୋଇଥିଲେ ମଧ୍ୟ ତାଙ୍କ କଥାକୁ ଗୁରୁତ୍ବ ଦିଆଗଲା। କିନ୍ତୁ ଆମେ ଗରିବ ଏବଂ ଖଟିଖିଆ ହୋଇଥିବାରୁ ଆମର କଥାକୁ ଗୁରୁତ୍ବ ଦିଆଗଲା ନାହିଁ ବୋଲି ଓ୍ବାର୍ଡ଼ବାସୀ ଅଭିଯୋଗ କରିଥିଲେ। ଏଭଳି ପାତର ଅନ୍ତର କାହିଁକି କରାଯାଉଛି ବୋଲି ୱାର୍ଡବାସୀ ପ୍ରଶ୍ନ କରିଛନ୍ତି। ବାରମ୍ବାର ଜିଲ୍ଲାପାଳ ସମେତ ପୌର ପରିଷଦ ଅଧ୍ୟକ୍ଷଙ୍କ ନିକଟରେ ଗୁହାରି କରିଆସୁଛନ୍ତି। କିନ୍ତୁ କେହି ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିବା କହିଥିଲେ। ତେବେ ଆଗକୁ ପୌର ନିର୍ବାଚନ ରହିଥିବାରୁ ବିଭିନ୍ନ ୱ‌ାର୍ଡରେ ରହିଥିବା ସମସ୍ୟାକୁ ଲୋକେ ସାମ୍ନାକୁ ଆଣିବା ସହ କାମ ହେଲେ ଭୋଟ ଦିଆଯିବ ବୋଲି ଚେତାବନୀ ଦେବେ ବୋଲି ଆଶଂକା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe