ସୂଚନା ଅଧିକାର ଆଇନ ଉଲ୍ଲଂଘନ: ବିଡିଓ, ସହକାରୀ ଜିଲ୍ଲାପାଳଙ୍କୁ ଜରିମାନା

ସୂଚନା ଅଧିକାର ଆଇନ ଉଲ୍ଲଂଘନ: ବିଡିଓ, ସହକାରୀ ଜିଲ୍ଲାପାଳଙ୍କୁ ଜରିମାନା

Odisha Bytes

ଯାଜପୁର: ଯାଜପୁର ଜିଲ୍ଲାରେ ବିକାଶ ସହିତ ଦୁର୍ନୀତି ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅଧିକାର ଆଇନ୍ ବଳରେ ବହୁ ଦୁର୍ନୀତି ପର୍ଦ୍ଦାଫାସ ହେଉଥିବା ବେଳେ କେତେକ ଅଧିକାରୀ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଆରଟିଆଇ ତଥ୍ୟ ପ୍ରଦାନ ନକରି ୨ଅଧିକାରୀ ଫସିଛନ୍ତି। ଯାଜପୁର ବ୍ଲକ୍ ତତ୍କାଳୀନ ଡିଏ ତଥା ଏବେକାର ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ସିଂହ ଓ ଯାଜପୁର ବ୍ଲକ୍ ବିଡିଓ ସୌରଭ ଚକ୍ରବର୍ତ୍ତୀଙ୍କୁ ସୂଚନା କମିସନ ଜରିମାନା କରିଛନ୍ତି। ଶ୍ରୀ ସିଂହ ୨୦ହଜାର ଟଙ୍କା ଓ ଶ୍ରୀ ଚକ୍ରବର୍ତ୍ତୀଙ୍କୁ ୫ହଜାର ଟଙ୍କା ଜରିମାନା ​ହୋଇଛି। ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ଜମା କରିବାକୁ ବିଡିଓଙ୍କୁ ସୂଚନା କମିସନ ଦିଲ୍ଲୀପ ବିଶୋଇ ନିର୍ଦ୍ଦେଶ ଦେଇଛନ୍ତି।

ଯାଜପୁର ବ୍ଲକ୍‌ ଛତିଶଦେବିଲ ପଞ୍ଚାୟତରେ ୨୦୧୧ରେ ଏଫଡିଆର କାର୍ଯ୍ୟ ସମ୍ପର୍କିତ ସୂଚନା ୨୦୧୭ ମସିହାରେ ଶ୍ରୀ ମହାନ୍ତି ଆରଟିଆଇରେ ମାଗିଥିଲେ। ସେତେ ବେଳେ ଯାଜପୁର ବ୍ଲକ୍‌ରେ ‌ଉନ୍ନୟନ ‌ବିଭାଗରେ କାର୍ଯ୍ୟରତ ଶ୍ରୀ ସିଂହ ସୂଚନା ଦେଇନଥିଲେ। ଏପରିକି ପ୍ରଥମ ଅପିଲେଟ୍ ଅଥରିଟି ତତ୍କାଳୀନ ବିଡିଓ ଅଭିଯୋଗ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରି ଅନୁପସ୍ଥିତ ଥିଲେ। ସୂଚନା ପାଇବାରୁ ବଞ୍ଚିତ ଶ୍ରୀ ମହାନ୍ତି ସୂଚନା କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ଉପରେ ଶୁଣାଣି କରି ସୂଚନା କମିସନ ଶ୍ରୀ ବିଶୋଇ ସହକାରୀ ଜିଲ୍ଲାପାଳଙ୍କୁ ଜରିମାନା ବାବଦରେ ୨୦ହଜାର ଟଙ୍କା ଏକ ମାସ ମଧ୍ୟରେ ଟ୍ରେଜେରିରେ ଜମା କରିବାକୁ ରାୟ ପ୍ରଦାନ କରିଛନ୍ତି। ଯାଜପୁର ବିଡିଓ ୫ହଜାର ଟଙ୍କା ରାୟ ପାଇବାର ଏକ ମାସ ମଧ୍ୟରେ ଅଭିଯୋଗକାରୀ ଶ୍ରୀ ମହାନ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe