ଭାଇରାଲ ଭିଡିଓ: ମାତିଲା ହାତୀ ‘ବବ୍‌ଲୁ’, ପିକନିକ୍‌ ଯାଇଥିବା ପର୍ଯ୍ୟଟକଙ୍କୁ କଲା ଆକ୍ରମଣ

Advertisment

ଏସ୍‌ଟିଆରର ଚରମ ଅବହେଳା ଜଳଜଳ, ଗୋଡ଼ରେ ବେଡ଼ି ପଡ଼ିଥିବାରୁ ଅଳ୍ପକେ ବର୍ତ୍ତିଲେ ଏକାଧିକ ପର୍ଯ୍ୟଟକ

ଏସ୍‌ଟିଆରର ଚରମ ଅବହେଳା ଜଳଜଳ, ଗୋଡ଼ରେ ବେଡ଼ି ପଡ଼ିଥିବାରୁ ଅଳ୍ପକେ ବର୍ତ୍ତିଲେ ଏକାଧିକ ପର୍ଯ୍ୟଟକ

ଭାଇରାଲ ଭିଡିଓ: ମାତିଲା ହାତୀ ‘ବବ୍‌ଲୁ’, ପିକନିକ୍‌ ଯାଇଥିବା ପର୍ଯ୍ୟଟକଙ୍କୁ କଲା ଆକ୍ରମଣ

ବାରିପଦା: ବଣଭୋଜି କରୁଥିବା ସମୟରେ ହଠାତ୍‌ ମାଡ଼ିଆସିବ ହାତୀ। ଏପରି ପରିସ୍ଥିତିରେ ଯେକେହିବି ଛାନିଆ ହୋଇଯିବା ସ୍ୱାଭାବିକ। ସାଧାରଣତଃ ଚଳଚ୍ଚିତ୍ରରେ ଏପରି ଘଟଣା ଘଟିଥାଏ। ମାତ୍ର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ସତକୁ ସତ ଏପରି ଘଟଣା ଘଟିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ(ଏସ୍‌ଟିଆର) ପ୍ରକଳ୍ପ ଅନ୍ତର୍ଗତ ପିଠାବଟା ରେଞ୍ଜରେ ଥିବା ହାତୀ ‘ବବ୍‌ଲୁ’ ଏହିପରି ଭାବେ ଅତର୍କିତ ଭାବେ ପର୍ଯ୍ୟଟକଙ୍କୁ ଆକ୍ରମଣ କରୁଥିବାର ଭିଡିଓ ଭାଇରାଲ୍‌ ହୋଇଛି।

ଭିଡ଼ିଓରେ ଦେଖାଯାଉଛି ଯେ, ଏକ ଲୁହା ଚେନ୍‌ର ଗୋଟିଏ ମୁଣ୍ଡରେ ଗଛକୁ ବନ୍ଧାଯାଇଛି। ଚେନ୍‌ର ଶେଷ ମୁଣ୍ଡରେ ହାତୀର ଆଗ ୨ଟି ଗୋଡ଼କୁ ବନ୍ଧା ଯାଇଛି। ହାତୀ ଠାରୁ ପାଖାପାଖି ୩୦ ରୁ ୪୦ ମିଟର ଦୂରେ ଶତାଧିକ ପର୍ଯ୍ୟଟକ ଅଛନ୍ତି। ଲୋକଙ୍କର ପାଟି ଶୁଣି ହାତୀ ବାଉଳା ହୋଇଯାଉଛି। ପର୍ଯ୍ୟଟକଙ୍କୁ ଆକ୍ରମଣ କରିବାକୁ ବାହାରୁଛି। ପର୍ଯ୍ୟଟକମାନେ ହାତୀକୁ ଦେଖି ଛାନିଆ ହୋଇ ଯାଉଛନ୍ତି।

publive-image

ଏହି ଭିଡିଓଟି କେଉଁ ସମୟର ଯଦିଓ ସ୍ପଷ୍ଟ ହୋଇ ନାହିଁ ତଥାପି ଏହା ପିଠାବଟାରେ ରହୁଥିବା ହାତୀ ବବ୍‌ଲୁର ବୋଲି ବହୁ ପଶୁପ୍ରେମୀ ଦାବି କରିଛନ୍ତି। ଯଦି ଏହା ସତ ହୋଇଥାଏ ତେବେ ଏହା ସାଂଘାତିକ କଥା ବୋଲି କୁହାଯାଉଛି। ଏସ୍‌ଟିଆର କର୍ମଚାରୀଙ୍କ ଏପରି ଅବହେଳା କାରଣରୁ ଏକାଧିକ ପର୍ଯ୍ୟଟକଙ୍କ ଜୀବନ ବିପଦରେ ଥିଲା। ସେହିପରି ହାତୀର ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ଏଠାରେ ପ୍ରଶ୍ନ ଉଠୁଛି କଡ଼ା ନଜରବନ୍ଦୀରେ ରଖାଯାଇଥିବା ବବ୍‌ଲୁ କିପରି ପର୍ଯ୍ୟଟକଙ୍କ ନିକଟକୁ ଆକ୍ରମଣାତ୍ମ ଭଙ୍ଗୀରେ ଗଲା। ଚେନ୍‌ରେ ବନ୍ଧା ହୋଇଥିବାରୁ ଏକାଧିକ ଜୀବନ ବଞ୍ଚିଯାଇଥିବା କୁହାଯାଉଛି। ଏନେଇ ଏସ୍‌ଟିଆର ର ବରିଷ୍ଠ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲାଯ ମାତ୍ର କୌଣସି ଉତ୍ତର ମିଳିପାରି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe