୨୬ରେ ୫-ଟି ସଚିବଙ୍କ ଅତାବିରା ଗସ୍ତ

Advertisment
୨୬ରେ ୫-ଟି ସଚିବଙ୍କ ଅତାବିରା ଗସ୍ତ

Odisha Bytes

ଅତାବିରା: ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଅତାବିରା ଗସ୍ତ ଆସନ୍ତା ୨୬ ତାରିଖ ରହିଥିବା ଜଣାପଡ଼ିଛି। ତାଙ୍କ ଗସ୍ତ ବିବରଣୀ ଚୂଡ଼ାନ୍ତ ହୋଇ ନଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ରହିଛି। ସରଣ୍ଡା ହାଇସ୍କୁଲ ପଡ଼ିଆରେ ହେଲିକେପ୍ଟରରୁ ଓହ୍ଲାଇ ନିର୍ମାଣାଧୀନ ସରଣ୍ଡା ୫-ଟି ହାଇସ୍କୁଲ, ସରଣ୍ଡା ଅଷ୍ଟଶମ୍ଭୁ ପୀଠ ଦର୍ଶନ କରିବା ସହ ପ୍ରସ୍ତାବିତ ପାର୍କର ଅନୁଧ୍ୟାନ କରିବେ। ଏହା ପରେ ଆନ୍ଧ୍ରକଲ୍ୟାଣ ମଣ୍ଡପଠାରେ ଆନ୍ଧ୍ର ସମାଜ ସମେତ ଅନ୍ୟାନ୍ୟ ବର୍ଗର ଜନସାଧାରଣଙ୍କ ସହିତ ଆଲୋଚନା କରିବେ।

ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ, ମିସନ ଶକ୍ତି ଗୃହ ପରିଦର୍ଶନ କରିବା ପରେ ଅତାବିରା ଦୁର୍ଗାମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ବ୍ଲକ୍‌ ଅଫିସ ଯାଇ ଏସ୍‌ଏଚ୍‌ଜିଙ୍କ ଦ୍ବାରା ହେବାକୁ ଥିବା କେଫେକୁ ଶୁଭାରମ୍ଭ କରିବେ। ପରେ ଲାଦରପାଲି ରାମଚଣ୍ଡୀ ମନ୍ଦିର ଯାଇ କଲ୍ୟାଣ ମଣ୍ଡପର ବିକାଶ ପାଇଁ କୁଲତା ସମାଜର ପ୍ରତିନିଧିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୫-ଟି ସଚିବଙ୍କ ଗସ୍ତ ନେଇ ସ୍ଥାନୀୟ ଦୁର୍ଗାମନ୍ଦିରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଅତାବିରାର ବିଭିନ୍ନ ସଂଗଠନ, ଦୁର୍ଗାମନ୍ଦିର କମିଟିର ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଅତାବିରାର ପ୍ରମୁଖ ଦାବି ବିଷୟରେ ୫-ଟି ସଚିବଙ୍କ ଦୃଷ୍ଟିକୁ ଆଣିବାକୁ ସଭାରେ ଜନସାଧାରଣ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଅତାବିରାରେ ବିକାଶ କାର୍ଯ୍ୟକ୍ରମକୁ ନେଇ ଅଳ୍ପ କିଛି ପ୍ରତିନିଧି ଦଳ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ସଭାରେ ଆଲୋଚନା ହୋଇଥିଲା। ଦୁର୍ଗାମନ୍ଦିର କମିଟି ସଭାପତି ଦୈତାରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe